ଦାନୀ କଟାର ପୁନରୁଦ୍ଧାର ଆରମ୍ଭ

ବରଗଡ଼: ଜଳ ସଂରକ୍ଷଣ ପାଇଁ ପୌରପରିଷଦ ପକ୍ଷରୁ ବିଭିନ୍ନ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସହରରେ ପ୍ରାୟ ୨୩ଟି ପୋଖରୀ ରହିଛି। କିନ୍ତୁ ପୁନରୁଦ୍ଧାର ହେଉନଥିବାରୁ ପୋଖରୀ ଗୁଡ଼ିକ ପୋତି ହୋଇଯାଉଛି। ସହରର ପ୍ରମୁଖ ଜଳାଶୟ ଦାନୀ କଟାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟଅତିଥି ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭାରମ୍ଭ କରିଥିଲେ। ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ଟାଉନ ବିଜେଡି ସଭାପତି କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁନରୁଦ୍ଧାର ପରେ କଟାର ଚାରିପଟେ କଂକ୍ରିଟ ବାଡ଼ ଏବଂ ଗାଧୁଆ ତୁଠ ନିର୍ମାଣ ହେବ। ଏହାସହିତ ପର୍ଯ୍ୟାୟକ୍ରମେ ଓୟୁଆଇଡିଏଫ୍‌ ଯୋଜନାରେ ଆହୁରି ୧୦ଟି ପୁରୁଣା ପୋଖରୀ ପୁନରୁଦ୍ଧାର ହେବ ବୋଲି ପୌରାଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର