ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କ ଶବ:ଝୁଲୁଛି ମୁଣ୍ଡ, ତଳେ ପଡ଼ିଛି ଗଣ୍ଡି

ପାଇକମାଳ: ସ୍ଥାନୀୟ ନୃସିଂହନାଥ ବସ୍‌ଷ୍ଟାଣ୍ଡ ରାସ୍ତାରେ ଥିବା ମନ୍ଦିରର ପୂର୍ବତନ ପଣ୍ଡାଙ୍କ ପରିତ୍ୟକ୍ତ ଘରୁ ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ। ଶବର ମୁଣ୍ଡଟି ଏକ ରଶିରେ ଝୁଲୁଥିବା ବେଳେ ଗଣ୍ଡିଟି ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ଫୁଟ୍‌ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ଚପଲ ତଳେ ପଡ଼ିଛି। ଏ ନେଇ ସ୍ଥାନୀୟ କିଛି ଲୋକ ସୂଚନା ଦେବା ପରେ ସାମ୍ବାଦିକମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଦେଖିଥିଲେ। ତେବେ ପୁଲିସ୍‌ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର