ସ୍କୁଲ ଆଗରେ ନର୍ଦ୍ଦମା

ରେମଣ୍ଡା: ରେମଣ୍ଡା ବାଳକ ପ୍ରାଥମିକ ସ୍କୁଲ୍‌ ମୁଖ୍ୟ ପାଟକ ଆଗରେ ରାସ୍ତା କଡ଼ରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଜମା ହୋଇଥିବା ଯୋଗୁଁ ଏବେ ତାହା ନର୍ଦ୍ଦମାରେ ପରିଣତ ହୋଇଛି। ଫଳରେ ସ୍କୁଲ୍‌କୁ ଆସୁଥିବା ଛୋଟ ଛୋଟ ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ହାନି ଆଶଙ୍କା ଦେଖା ଦେଇଛି। ପାଣି ଜମିଥିବାରୁ ଶିଶୁମାନେ ଇଟା ପକାଇ ତା’ ଉପରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଅନେକ ଛାତ୍ର କାଦୁଅରେ ମଧ୍ୟ ପଡ଼ିଯିବା ନଜିର ରହିଛି। ପାଣି ଜମା ହୋଇ ପଚି ପ୍ରବଳ ଦୁର୍ଗନ୍ଧ ହେବା ସହ ସେଥିରେ ମଶା ବଂଶ ବିସ୍ତାର କରିବାରେ ଲାଗିଛନ୍ତି। ଯଦ୍ୱାରା ଛାତ୍ରମାନେ ମ୍ୟାଲେରିଆ, ଡେଙ୍ଗୁ ଆଦି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ଦେଖା ଦେଲାଣି। କର୍ତ୍ତୃପକ୍ଷଙ୍କ ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର