ହାତୀ ଆତଙ୍କ:ବରତୁଣ୍ତାରେ ୬ଘଣ୍ଟା ରାସ୍ତାରୋକ

ପାଇକମାଳ: ଆ˚ଚଳିକ କୃଷକ ମହାସ˚ଘ ମାଣ୍ତୋସିଲ ତରଫରୁ ବୁଧବାର ପାଇକମାଲ-ନୂଆପଡ଼ା ରାସ୍ତା ବରତୁଣ୍ତା ଠାରେ ସକାଳ ୮ଟାରୁ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଏଥିରେ ବରତୁଣ୍ତା, ମାଣ୍ତୋସିଲ, ଜାମସେଠ, ଝାରବନ୍ଧ, ଛିନ୍ଦେଇକେଲା, ମିଠାପାଲି, କା˚ସଡା, ଝିଟିକି ପ˚ଚାୟତର ଚାଷୀ ମାନେ ସାମିଲ ଥିଲେ। ମୁଖ୍ୟତଃ ହାତୀ ଘଉଡାଇବା ପାଇଁ ମିଳିତ ସ୍କ୍ବାର୍ଡ ଗଠନ, ଜଙ୍ଗଲ ପାଖ ଗ୍ରାମ ଗୁଡିକରେ ସୋଲାର ଲାଇଟ ବ୍ୟବସ୍ଥା, ମରୁଡିର ସ୍ଥାୟୀ ପ୍ରତିକାର, ହାତୀ ଓ ବରାହ ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଧିକ ସହାୟତା ପାଇଁ ଦାବି ହୋଇଥିଲା। ପ୍ରଶାସନ ପକ୍ଷରୁ ତହସିଲଦାର ସଦାଶିବ ନାୟକ, ଆଇଆଇସି ବିଶ୍ବଜିତ ମନବୋଧ, ନରସି˚ହନାଥ ରେ˚ଜର ଧୃବ ଚରଣ ବେହେରା, ପାଇକମାଲ ରେ˚ଜର କେସି ଦଳବେହେରା ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ଚାଷୀମାନେ ନିଜ ଦାବିରେ ଅଟଳ ରହିଥିଲେ। ବିଡିଓ ଶ୍ରୀ ନାୟକ ଦାବି ସ˚ପର୍କରେ ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଅବଗତ କରାଇବା ସହ ସେଗୁଡ଼ିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୨ଟାରେ ରାସ୍ତା ଅବରୋଧ ଉଠିଥିଲା। ବନ୍ଦ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା ା ଆସନ୍ତା ୨୪ଘଣ୍ଟା ମଧ୍ୟରେ ମିଳିତ ସ୍କ୍ବାର୍ଡ ଗଠନ କରାନଗଲେ ପୁନର୍ବାର ଆନ୍ଦୋଳନ ହେବ ବୋଲି କୃଷକ ମହାସ˚ଘ ସଭାପତି ସୂଚନା ଦେଇଛନ୍ତି। ନରସି˚ହ ବନଛୋରଙ୍କ ନେତୃତ୍ବରେ ଗିରିଶ ଡନସନା, ରାଜେନ୍ଦ୍ର ପଧାନ, ବିଶ୍ବନାଥ ବାଗ, ବ୍ରହ୍ମା ବେନୀ, ଶରତ ତାଣ୍ତି, ଚୈତନ୍ୟ ଭୋଇ, ନିର˚ଜନ ଡନସନା, ଗୁପ୍ତରାମ ବାରିକ, ଯୁଧିଷ୍ଠିର ସାହୁ, ବିକ୍ରମ ସରାଫ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର