ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବି:ଭେଡ଼େନ ତହସିଲ ଅଫିସ ଘେରିଲା ବିଜେପି

ବରଗଡ଼: ବିଗତ ବର୍ଷର ଚକଡ଼ା ପୋକ ଓ ଚଳିତ ବର୍ଷର କରକା ମାଡ଼ରେ ଭେଡ଼େନ ବ୍ଲକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦାବିରେ ଶୁକ୍ରବାର ବିଜେପି ତହସିଲ କାର୍ଯ୍ୟାଳୟ ଘେରାଉ କରିଛି। ବିଜେପି ନେତା ଲକ୍ଷ୍ମଣ ପଣ୍ଡା, ଭୀମସେନ ମଲ୍ଲିକ, ଜୟନ୍ତ ହୋତା, ସରୋଜ ମିଶ୍ର, ସୁବାଷ ଚୌହାନ, ଇଂ. ଦେବବ୍ରତ ମିଶ୍ର, ସୁକାନ୍ତ ଦାଶ, ଏହାର ନେତୃତ୍ୱ ନେଇଥିଲେ। ଏହାପୂର୍ବରୁ ଭେଡେନ କଲ୍ୟାଣ ମଣ୍ଡପଠାରୁ ଏକ ଶୋଭାଯାତ୍ରାରେ ଶତାଧିକ କର୍ମୀ ବାହାରି ତହସିଲ ଅଭିମୁଖେ ଯାଇଥିଲେ। କ୍ଷତିପୂରଣ ଦାବିରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଭେଡ଼େନ ବ୍ଲକର ୭୯ ଗାଁର ୧୨ ହଜାର ହେକ୍ଟର କ୍ଷତିଗ୍ରସ୍ତ ହୋଇଛି। ଦୁଇ ଦିନ ଭିତରେ ୧୫ ହଜାର ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇତିଲେ। ଶୋଭାଯାତ୍ରା ପୂର୍ବରୁ କଲ୍ୟାଣ ମଣ୍ଡପରେ ଏକ ପ୍ରଶିକ୍ଷଣ ଶିବିର ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଉପରେ ଇଂ. ଦେବବ୍ରତ ମିଶ୍ର ସମୀକ୍ଷା କରିଥିଲେ। ଭେଡେନ ବ୍ଲକ୍ରର ୩୦ ହଜାର ପରିବାରଙ୍କୁ ଆଗାମୀ ଦିନରେ ବିଜେପି ସହିତ ଯୋଡିବା ପାଇଁ ଯୋଜନା ତିଆରି ହୋଇଥିବା ବରିଷ୍ଠ ନେତା ଶ୍ରୀ ଚୌହାନ କହିଥିଲେ। ଦତ୍ୟୟନନ୍ଦ ମେହେର, ଆନନ୍ଦ ଅଗ୍ରୱାଲ, ରବୀନ୍ଦ୍ର ଦେହେରି, ରାଜେଶ ବରେଇ, କିଶୋର ମେହେର, ଭରତ ଡାଙ୍ଗ, କାଳିଆ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର