ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ବରଗଡ଼: ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ବାରହତା ସାହିରେ ଆଜି ସନ୍ଧ୍ୟାସମୟରେ ଜଣେ ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି l ମିଳିଥିବା ସୂଚନା ଅନୁଯାୟୀ, କଲା ଗ୍ରାମ ବାରହତା ସାହିରେ ରହୁଥିବା ସମ୍ବାରୁ ଶବର (୪୫)ଙ୍କର ସ୍ତ୍ରୀ ମେଘି ଶବର (୪୦)ଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି ଆଜି ଅପରାହ୍ନ ସମୟରେ ପାଟି ତୁଣ୍ଡ ହୋଇଥିଲା । ତେବେ କିଛି ସମୟ ପରେ ପୁଣିଥରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ନିଶାସକ୍ତ ଥିବା ସମ୍ବlରୁ ଘରେ ଥିବା ଟାଙ୍ଗିଆ ସାହାଯ୍ୟରେ ସ୍ତ୍ରୀ ମେଘିକୁ ଆକ୍ରମଣ କରିଥିଲା l ଫଳରେ ଘଟଣାସ୍ଥଳରେ ମେଘିର ଶୋଚନୀୟ ମୃତ୍ୟୁ ଘଟିଥିଲା l

ହତ୍ୟାକାଣ୍ଡ ପରେ ଗ୍ରାମବାସୀଙ୍କଠାରୁ ସୂଚନାପାଇ ବାରକୋଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସମ୍ବାରୁକୁ ଅଟକ ରଖିବା ସହ ମୃତଦେହ ଜବତ କରିଥିଲେ । ଏହାସହିତ ଘଟଣା ଜଟିଳ ଥିବା ହେତୁ ଏସଡିପିଓ ସୁଲେମାନ ଏକ୍କା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ସମ୍ବନ୍ଧିତ ଖବର