ନାବାଳିକାକୁ ଜଙ୍ଗଲକୁ ନେଇ ଅସଦାଚରଣ ଉଦ୍ୟମ; ଯୁବକ ଗିରଫ

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନାଞ୍ଚଳର ଜଣେ ନାବାଳିକାକୁ ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲକୁ ଡାକି ନେଇଥିବା ପାଟକୁଲୁଣ୍ଡା ପଞ୍ଚାୟତ ଲଟାକେରା ଗାଁର ଚରଣ କୁଅଁର (୩୮)କୁ ପୁଲିସ୍‌ ଗିରଫ କରିଛି। ପ୍ରାପ୍ତ ସୂଚନାନୁସାରେ ଝିଅଟିକୁ ଗତ ସୋମବାର ଅପରାହ୍‌ଣ ପ୍ରାୟ ୪ଟା ବେଳେ ଚରଣ ‘ଚାଲ ପାଖ ଗାଁରୁ ବୁଲି ଆସିବା, ତତେ ଡ୍ରେସ୍‌ କିଣିଦେବି’ କହି ତା’ ଘରୁ ଡାକି ନେଇଥିଲା। ଏକ ଡ୍ରେସ୍‌ କିଣିଦେବା ପରେ ମନ୍ଦ ଉଦ୍ଦେଶ୍ୟ ରଖି ନିକଟସ୍ଥ ତୁଲୁଣ୍ଡି ଜଙ୍ଗଲକୁ ନେଇ ଅସଦାଚରଣ କରିବାକୁ ଚେଷ୍ଟା କରିବାରୁ ଝିଅଟି ଡରି ଯାଇ ନିକଟରେ ଛେଳି ଚରାଉଥିବା ଜଣେ ବୃଦ୍ଧାଙ୍କ ପାଖକୁ ଯାଇ ସବୁ ସବୁ କଥା କହିଥିଲା।

ଫଳରେ ବୃଦ୍ଧା ଜଣକ ତାକୁ ଅନ୍ୟ ଜଣେ ବ୍ୟକ୍ତି ସହ ତାଙ୍କ ଘରକୁ ପଠାଇ ଦେଇଥିଲେ। ଘରେ ପହଞ୍ଚି ଝିଅଟି ସବୁ କଥା କହିବା ପରେ ଗାଁରେ ଏକ ସଭା ବସି ନିଷ୍ପତ୍ତି ଅନୁସାରେ ମଙ୍ଗଳବାର ବରପାଲି ଥାନାରେ ଏତଲା ଦିଆଯାଇଥିଲା। ପୁଲିସ୍‌ ଥାନା କେସ୍‌ ନଂ. ୧୮୯/୧୮, ଆଇପିସିର ଦଫା ୩୬୩, ୩୫୪ ଏବଂ ୮/୧୨ ପସ୍କୋ ଆଇନରେ ମାମଲା ରୁଜୁ ସହ ଚରଣକୁ ଗିରଫ କରି ଉଭୟଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା କରିଥିଲା। ଝିଅଟି ପଞ୍ଚମ ଶ୍ରେଣୀ ଛାତ୍ରୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର