ବରପାଲିରେ ରହିଲା କୋରାପୁଟ-ରାଉରକେଲା ଏକ୍ସ‌ପ୍ରେସ୍

ବରପାଲି: ବହୁ ଦିନ ହେଲା ବରପାଲି ରେଲଓ୍ବେ ଷ୍ଟେସନରେ କୋରାପୁଟ-ରାଉରକେଲା ଏବଂ ନାନ୍ଦେଦ ଏକ୍ସପ୍ରେସ‌ ଟ୍ରେନ୍‌ର ରହଣି ପାଇଁ ଦାବି ହୋଇଆସୁଛି।ଗତ ବୁଧବାର କେନ୍ଦ୍ର ସରକାରଙ୍କ ରେଲଓ୍ବେ ବିଭାଗ ପକ୍ଷରୁ ଏନେଇ ଏକ ଇସ୍ତାହାରରେ କୋରାପୁଟ-ରାଉରକେଲା ଟ୍ରେନ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ଉଲ୍ଲେଖ ରହିଛି। ଗୁରୁବାର ୧୮୧୦୭-୮ ଏକ୍ସପ୍ରେସ ସଠିକ ସମୟରେ ବରପାଲିରେ ପହଞ୍ଚିବା ସହିତ ନିର୍ଧାରିତ ସମୟରେ ଛାଡ଼ିଥିଲା। ଟ୍ରେନ ରହଣିକୁ ନେଇ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି। ବିଜେପି ନେତା ଅଶୋକ ପାଣିଗ୍ରାହୀ ଏହାକୁ ସ୍ବାଗତ ଜଣାଇବା ସହିତ ରେଲମନ୍ତ୍ରୀ ପୀୟୂଷ ଗୋୟଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ଜାନୁଆରିରେ ବ୍ୟକ୍ତିଗତ ଭାବେ ଦୁଇ ମନ୍ତ୍ରୀଙ୍କୁ ଭେଟି ସେ ଏନେଇ ଦାବି କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ବାଚନ ପୂର୍ବରୁ ନାନ୍ଦେଦ ଏକ୍ସପ୍ରେସକୁ ମଧ୍ୟ ଏଠାରେ ରଖାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ବୀରେନ୍ଦ୍ର ମିଶ୍ର, ବାଳକ ମହାରଣା, ଲୁବୁରୁ ପଧାନ, ଜୟ ପଧାନ, ବଜରଙ୍ଗ ଅଗ୍ରଓ୍ବାଲା, ଗୁଣନିଧି ମେହେର ପ୍ରମୁଖଙ୍କ ସହ କର୍ମୀଙ୍କ ପ୍ରତିନିଧି ଦଳ ଏନେଇ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର