ମାଓ ଗଡ଼ରେ ଭୋଟ୍‌ ବିଚାର‌୍‌

ଆଦିବାସୀ କଲ୍ୟାଣ ସଂଘର ‘ମୋ ଭୋଟ ମୋ ଅଧିକାର’ କାର୍ଯ୍ୟକ୍ରମ

0

ବରଗଡ଼: ନିର୍ବାଚନ ବର୍ଜନ କରିବାକୁ ମାଓବାଦୀ ଚେତାବନୀ ଦେଇଥିଲେ ହେଁ ମତଦାନର ସଚେତନତା ବାର୍ତା ମାଓ ଗଡ଼ରେ ପହଂଚାଇଛନ୍ତି କବିଗଣ। ନକ୍ସଲ ପ୍ରଭାବିତ ପଦ୍ମପୁର ଅ˚ଚଳରେ ଭୋଟରଙ୍କୁ ସଚେତନ କରିବା ପାଇଁ ‘କବିର କଲମେ ଭୋଟ୍‌ ବିଚାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାରପାଲି ପ˚ଚାୟତ ଲମ୍ବରଜୁନା ଗାଁରେ କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ହଳଧର ନାଗ ଉଦଘାଟନ କରିଥିଲେ। ନିର୍ବାଚନ ପ୍ରକ୍ରିୟା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରେ। ତେଣୁ ବିନା ପ୍ରଲୋଭନରେ ଭୋଟରମାନେ ମତଦାନ କରିବାକୁ ସେ ନିବେଦନ କରିଥିଲେ। ଅଧ୍ୟାପକ କେଶ ରଂଜନ ପ୍ରଧାନ, ଚାଷୀନେତା ଶିବପ୍ରସାଦ ପ୍ରଧାନ, ସାହିତ୍ୟିକ ଉତ୍ପନ୍ନ ଭୋଇ, ବା˚ଛାନିଧି ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉମେଶ ଚନ୍ଦ୍ର ବିଶ୍ବାଳ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ। ସୁଶିଲ ସାହୁଙ୍କ ସ˚ଯୋଜନାରେ କବି ହରିଲାଲ ସାହୁ, ନିତିଶ ଆଚାର୍ଯ୍ୟ, ଲକ୍ଷ୍ମଣ ସୁନା, ଲକ୍ଷ୍ମଣ ମଲ୍ଲିକ, ଦେବେନ୍ଦ୍ର ସାହୁ, ଗୁଣନିଧି ଭୋଇ, ଲକ୍ଷପତି ସାହୁ, ସନୟ ମେହେର, ବିଦ୍ୟାଧର ପଶାୟତ ପ୍ରମୁଖ ନିର୍ବାଚନ ସ˚ପର୍କିତ କବିତା ପରିବେଷଣ କରିଥିଲେ।

ପଦ୍ମପୁର: ବରଗଡ଼ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ରବିବାର ପଦ୍ମପୁର ବ୍ଲକ୍‌ କପସିଲାରେ ‘ମୋ ଭୋଟ୍‌ ମୋ ଅଧିକାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ପାଣ୍ତବ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକର କର୍ମକର୍ତାମାନେ ଯୋଗ ଦେଇଥିଲେ। ସ୍ବାଧୀନତାର ୭୧ ବର୍ଷ ପରେ ବି ଆଦିବାସୀଙ୍କୁ ଅଣଦେଖା କରାଯାଉଥିବା ଓ ସେମାନେ କେବଳ ଭୋଟ୍‌ ବ୍ୟାଙ୍କ୍‌ ଭାବେ ବ୍ୟବହୃତ ହେଉଥିବା ସଭାରେ ଅଭିଯୋଗ ହୋଇଥିଲା। ତେଣୁ ଆଗାମୀ ଦିନରେ ପଞ୍ଚାୟତରୁ ଆରମ୍ଭ କରି ଗାଁ’ ଓ ବୁଥ୍‌ ୟୁନିଟ୍‌ ଯାଏ ଆଦିବାସୀ ସମାବେଶ କରି ଆଦିବାସୀଙ୍କୁ ମତଦାନ ଓ ଅଧିକାର ସଂପର୍କରେ ସଚେତନ କରିବାକୁ ମତ ପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ସଭାପତି ଚେରୁ ବରିହାଙ୍କ ସହ ପଞ୍ଚାୟତ ସଭାପତିଙ୍କ ମଧ୍ୟରେ ପଦ୍ମପୁରର ନାରାୟଣ ଭୋଇ, ବରିକେଲର ସୁବାସ ବରିହା, ଜମରତଲାର ଚନ୍ଦ୍ରଭାନୁ, ବୁଡ଼ାମାଲର ମୁରଲି ବରିହା, ଜ୍ଞାନର ରାମ ବରିହା, ମେଲଛାମୁଣ୍ତାର ବିନୋଦ ବରିହା, ଖଲିଆପାଲିର ଗୋପୀ ବରିହା ତଥା ସଭ୍ୟ ସମାରୁ ବରିହା, ରବିନାରାୟଣ ମୁଟକି, ସୁବାସ ବରିହା, ଜପ ବରିହା, ସୀତାରାମ ବରିହା, ରଘୁମଣି ବରିହା ପ୍ରମୁଖ ଉପସ୍ଥିତ ଥିଲେ। ବିନୋଦ ବରିହା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.