ମ୍ୟାକ୍ସ-ହାଇୱା ମୁହାଁମୁହିଁ: ୧୦ ବରଯାତ୍ରୀ ଗୁରୁତର

କାର୍‌ ଓଲଟିଲା, ବର୍ତ୍ତିଲେ ୬ ଆରୋହୀ

ପଦ୍ମପୁର: ଖୁଜେନ ଛକ ନିକଟ ଖଡ଼ଖଡ଼ି ନାଳା ବ୍ରିଜ୍‌ ଉପରେ ଏକ ମେକ୍ସ ଗାଡ଼ି ମିକ୍ସଚର ହାଇୱା ମଧ୍ୟରେ ମୁହଁାମୁହିଁ ଧକ୍କା ହେବା ପରେ ୧୦ ଜଣ ବରଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ୩୧ ତାରିଖ ବିଳମ୍ବିତ ରାତିରେ ଖୁଜେନରୁ ଏକ ମେକ୍ସ ପିକ୍‌ଅପ୍‌ (ଓଆର୍‌୧୭ଡି-୬୭୨୬) ବରଯାତ୍ରୀ ଦଳ ନେଇ ପାଇକମାଳ ବ୍ଲକ ସାପଲହର ଗ୍ରାମକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରୁ ହାଇୱା ଗାଡ଼ିଟି ଫେରାର ମାରିଥିବା ପ୍ରକାଶ।

ବରପାଲି: ବରପାଲି ନିକଟସ୍ଥ ବଲ୍ଲାବାହାଲ ଛକ ନିକଟରେ ସୋମବାର ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ସେଥିରେ ବସିଥିବା ଗୋଟିଏ ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତ ସୂଚାନୁସାରେ ଆଜି ବଲାଙ୍ଗୀର ଜିଲ୍ଲା ତୁଷରାର ବେଦବ୍ୟାସ ମେହେରଙ୍କ ପରିବାର ନିଜ କାର୍‌ (ଓଡି ୦୩ଇ-୩୪୯୯)ରେ ଚିକିତ୍ସା ପାଇଁ ବରଗଡ଼ ଆସି ଗାଁ’କୁ ଫେରୁଥିଲେ। ତେବେ ଅପରାହ୍‌ଣ ପ୍ରାୟ ୪ଟା ବେଳେ ସେମାନେ ନିଜ ଗାଁ’କୁ ଫେରୁଥିବା ବେଳେ ବଲ୍ଲାବାହାଲ ବଜାର ପ୍ରାଙ୍ଗଣ ପଟୁ ଜଣେ ଲୋକ ରାସ୍ତା ପାରି ହେବାକୁ ଚେଷ୍ଟା କରି ମଝିକୁ ଚାଲି ଆସିଥିଲେ। ଫଳରେ ତାଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ଗାଡ଼ିଟିକୁ ବାମ ପାର୍ଶ୍ବକୁ ବୁଲାଇ ଦେବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଗାଡ଼ିରେ ଥିବା ୬ ଜଣ ମହିଳା ଓ ପୁରୁଷ ବର୍ତ୍ତି ଯାଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ପ୍ରାୟ ଘଣ୍ଟାଏ ପରେ ମାଲିକ ଗାଡ଼ିଟିକୁ ଉଠାଇ ଗନ୍ତବ୍ୟ ସ୍ଥଳକୁ ଫେରି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର