ବରଗଡ଼: ପୁଲିସ ଏଏସ୍‌ଆଇ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡ଼ିତା ନାବାଳିକା

ବରଗଡ଼: ଜଣେ ପୁଲିସ ଏଏସ୍‌ଆଇ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ରବିବାର ଜଣାପଡ଼ିଛି। ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଂଚଳରେ ଦଶମ ଶ୍ରେଣୀର ଛାତ୍ରୀ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି

ଅଭିଯୋଗ ଅନୁସାରେ ନାବାଳିକା ଛାତ୍ରୀ ୨ ଦିନ ତଲେ ଟ୍ୟୁସନ ସାରି ସକାଳ ୯ଟା ପାଖାପାଖି ଘରକୁ ଫେରୁଥିଲା। ଏହି ସମୟରେ ପୂର୍ବରୁ ଯୋଜନା କରିଥିବା ସ୍ଥାନୀୟ ଅଂଚଳର ରିଙ୍କୁ ନାଗ ନାଁରେ ଜଣେ ଯୁବକ ନାବାଳିକାକୁ ବାଇକ୍‌ରେ ଅପହରଣ କରି ନିଜ ଭଡ଼ା ଘରକୁ ଆଣିଥିଲା। ରିଙ୍କୁ ପୁଲିସ ଏଏସ୍‌ଆଇ ବନମାଳୀ କଅଁରଙ୍କ ଘରେ ଭଡ଼ା ରହୁଥିଲା। ରିଙ୍କୁ ଦୁଷ୍କର୍ମ କରିବା ପରେ ପୁଲିସ ବାବୁ ଏବାବଦରେ ଜାଣି ପାରିଥିଲେ। ପୁଲିସ ବାବୁ ନାବାଳିକାକୁ ଉଦ୍ଧାର କରି ଥାନାକୁ ନେଇଥିଲେ। ସେଠାରେ ସେ ରାତିରେ ଦୁଷ୍କର୍ମ କରିଥିବା ନାବାଳିକା ଅଭିଯୋଗ କରିଛନ୍ତି।

ଇତି ମଧ୍ୟରେ ନାବାଳିକାର ଡାକ୍ତରୀ ପରୀକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ। ପୁଲିସ ଅଭିଯୁକ୍ତ ରିଙ୍କୁକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର