ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବରଗଡ଼ : ବରଗଡ଼ ଜିଲ୍ଳା ଅତାବିରା ଥାନା ଲସ୍ତଲା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ବରଗଡ଼ ଅତିରିକ୍ତ ଜିଲ୍ଳା ଦୌରା ଜଜ୍‌ ପ୍ରଣବ ପାତ୍ର ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୫ ମସିହାରେ ଲସ୍ତଲା ଗ୍ରାମର ଗୋବିନ୍ଦ ପ୍ରଧାନଙ୍କୁ ଏକ କୋଦାଳ ହାଣି ଦୁଇଜଣ ଅଭିଯୁକ୍ତ ସନ୍ୟାସୀ ସାହୁ ଏବଂ ଗୋବିନ୍ଦ ସାହୁଙ୍କୁ ହତ୍ୟା କରିଥିବା ଅତାବିରା ପୁଲିସ୍‌ ମାମଲା ରୁଜୁ କରିଥିଲା। ପରେ ପୁଲିସ୍‌ ବରଗଡ଼ ଥାନା ପୋଢପାଲି ଗ୍ରାମର ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ଶୁଣାଣି ବେଳେ ୧୫ ଜଣ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ବିମଳ କିଶୋର ଦେବତା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର