ଦୁର୍ଘଟଣା ନୁହେଁ ହତ୍ୟା!

ବରଗଡ଼: ବରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଜାମପାଲିରେ ରବିବାର ଜଣେ ଶ୍ରମିକ ଟ୍ରାକ୍ଟରରୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ। ତାଙ୍କ ନାମ ସୁଜିତ୍‌ ନାୟକ (୧୬)। ତେବେ ସୁଜିତଙ୍କ ଦେହରେ ଏକାଧିକ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରବିବାର ରାତି ପ୍ରାୟ ୮ଟା ବେଳେ କାଳବୈଶାଖୀ ଯୋଗୁଁ ବର୍ଷା ହୋଇଥିଲା। ଏତିକି ବେଳେ ଟ୍ରାକ୍ଟର ଉପରେ ସୁଜିତ୍‌ଙ୍କ ସହ ଆଉ କିଛି ଶ୍ରମିକ ଯାଉଥିଲେ। ଗଛଡାଳ ଭାଂଗିବାରୁ ଏଥିରେ ପିଟି ହୋଇ ସୁଜିତ୍‌ଙ୍କ ମୃତ୍ୟୁ ଘଟିଥିବା ଉପସ୍ଥିତ ଶ୍ରମିକମାନେ କହୁଛନ୍ତି। ତେବେ ମୃତ୍ୟୁର କାରଣ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୁଲିସ୍‌ କହୁଛି।

ସମ୍ବନ୍ଧିତ ଖବର