ଟ୍ରକ୍‌ ଧକ୍କାରେ ଜଣେ ମୃତ

ପାଇକମାଲ: ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ମା’ ବୈଷ୍ଣୋଦେବୀ ରାଇସ୍‌ ମିଲ୍‌ ସମ୍ମୁଖରେ ଶୁକ୍ରବାର ଟ୍ରକ୍‌ ଧକ୍କାରେ ମିଲ୍‌ର ଗେଟ୍‌କିପର୍‌ ଜଙ୍ଗବାହାଦୁର ଥପା (୫୦)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚାନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜଙ୍ଗବାହାଦୁର ମିଲ୍‌ ନିକଟରେ ଡ୍ୟୁଟିରେ ଥିବା ବେଳେ ଉକ୍ତ ରାଇସ୍‌ ମିଲ୍‌ର ଏକ ଟ୍ରକ୍‌ (ଓଆର୍ ୨୬-୩୬୨୦) ଭିତରକୁ ପଶିବା ସମୟରେ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଜଙ୍ଗବାହାଦୁରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପାଇକମାଲ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଟ୍ରକ୍‌ଟିକୁ ଜବତ କରିଛି। ଏ ନେଇ ଥାନା କେସ୍ ନଂ. ୧୨/୨୦୧୯, ଆଇପିସିର ଦଫା ୨୭୯, ୩୦୪ (ଏ)ରେ ମାମଲା ରୁଜୁ କରାଯାଇଛି। ଶନିବାର ବ୍ୟବଚ୍ଛେଦ ପାଇଁ ଶବ ପଦ୍ମପୁର ପଠାଯିବ ବୋଲି ଆଇଆଇସି ବିଶ୍ବଜିତ ମନବୋଧ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର