ପିକ୍‌ଅପ୍‌ ଓଲଟି ୧ ମୃତ, ୬ ଆହତ

ଅମ୍ବାଭୋନା: ଭୁଲମୁଡାଠାରେ ଏକ ପିକ୍‌ଅପ୍‌ ଓଲଟି ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଛତିଶଗଡ଼ରୁ ଏହି ପିକ୍‌ଅପ୍‌ ଭ୍ୟାନରେ ୪୦ ଜଣ ଲୋକ ଆସୁଥିବା ବେଳେ ଭୁଲମୁଡା ନିକଟରେ ଏକ ପୋଲ ଉପରୁ ଓଭରଲୋଡ ଗାଡିଟି ଓଲଟି ପଡ଼ିଥିଲା। ଏଥିରେ ଝାରପାଲି ଗ୍ରାମର ବିଶାଖା ଖମାରୀ (୬୦)ଙ୍କ ମୃତ୍ୟୁ ଘଟିଥିବା ବେଳେ କୀର୍ତ୍ତିକର ସାହୁ (୫୦), ବିଦ୍ୟା ଭୋଇ (୫୦), ଗୋପାଳ ଭୋଇ (୬୨), ତେଜମତୀ ସେଠ୍‌ (୫୫), ବଜରଂଗ ପଟେଲ (୪୬) ଓ ରାମ ଦାସ (୭୦) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଜେମା ସେଠ୍‌ (୫୭), ଶୁକ୍ରୁ ସେଠ୍‌ (୪୫), ପଦ୍ମିନୀ ସେଠ୍‌ (୬୫), ଶୈଳୀ (୬୫), ସଫେତ କାଲୋ (୫୪) ବରଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଏକ ବର୍ଷର ଶିଶୁ ସୌଭାଗ୍ୟକ୍ରମେ ସଂପୂର୍ଣ୍ଣ ରକ୍ଷା ପାଇଯାଇଛନ୍ତି। ଡ୍ରାଇଭର ସୁବ୍ରତ ମଲ୍ଲିକ ଘଟଣା ପରେ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର