କଂଗ୍ରେସ ଛାଡ଼ିଲେ ପ୍ରଣୟ

ବିଜେଡିରେ ମିଶିବା ସଂକେତ

ବରଗଡ଼ : ଗାଇସିଲାଟ୍‌ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସର ବିଜେପୁର ଉପନିର୍ବାଚନ ପରାଜିତ ପ୍ରାର୍ଥୀ ପ୍ରଣୟ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ‌େସ ଦୁଇ ଲାଇନ ବିଶିଷ୍ଟ ନିଜ ଇସ୍ତଫାପତ୍ର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଇସ୍ତଫାକୁ ଗ୍ରହଣ କରି ନେବା ପାଇଁ ସେ ଏଥିରେ ନିବେଦନ କରିଛନ୍ତି। ତେବେ ସେ କାହିଁକି ଦଳର ସଦସ୍ୟତାରୁ ଇସ୍ତଫା ଦେଲେ, ତାହା ସ୍ପଷ୍ଟ କରିନାହାନ୍ତି।

ଅନ୍ୟପକ୍ଷରେ ସେ ବିଜେଡିରେ ଯୋଗ ଦେବାର ବହୁ ସମ୍ଭାବନା ଥିବା କହିଛନ୍ତି। ଦିନେ ଦୁଇ ଦିନ ଭିତରେ ନବୀନ ନିବାସ ଯାଇ ନିଜ ସମର୍ଥକଙ୍କ ସହ ସେ ଆନୁଷ୍ଠାନିକ ଭାବେ ବିଜେଡି‌େର ମିଶିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର