ବରଗଡ଼: ୨ଟି କାର୍‌ରୁ ୩ଲକ୍ଷ ୨୦ ହଜାର ଟଙ୍କା ଜବତ

ବରଗଡ଼: ଗାଇସିଲେଟ୍‌ ଥାନା ଅଞ୍ଚଳରେ ପୁଲିସ ବୁଧବାର ୨ଟି କାର୍‌ରୁ ୩ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପଦ୍ମପୁରରୁ ଗାଇସିଲେଟ୍‌ ଅଭିମୁଖେ ଯାଉଥିବା ୨ଟି କାର୍‌ ମାଧ୍ୟରେ ଟଙ୍କା ନିଆଯାଉଥିବା ସମ୍ପର୍କରେ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କାର୍‌ ୨ଟି ହାଇସ୍କୁଲ ସମ୍ମୁଖରେ ପହଞ୍ଚିବା ପରେ ପୁଲିସ ଏହାକୁ ଅଟକାଇ ଥିଲା। ଯାଞ୍ଚ ବେଳେ ପୁଲିସ ଗୋଟିଏ କାର୍‌ରୁ ୨ଲକ୍ଷ ୫୦ ହଜାର ଟଙ୍କା ଓ ଅନ୍ୟ କାର୍‌ରୁ ୭୦ ହଜାର ଟଙ୍କା ପାଇଥିଲା।

ପୁଲିସ ସଂମ୍ପୃକ୍ତ କାର ୨ଟିକୁ ଜବତ କରିଥିବା ବେଳେ ଏହାର ଚାଳକ ଦ୍ୱୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଅଢ଼େଇ ଲକ୍ଷ ଟଙ୍କା ନେଇ ଯାଉଥିବା କାର୍‌ଟି ଜଣେ ବ୍ୟବସାୟୀଙ୍କର। ସେ କପା ଚାଷୀମାନଙ୍କୁ ଟଙ୍କା ଦେବାକୁ ଯାଉଥିଲେ। ସେହିପରି ଅନ୍ୟ କାର୍‌ରୁ ଜବତ ହୋଇଥିବା ଟଙ୍କା ବିଷୟରେ କିଛି ସ୍ପଷ୍ଟ ହୋଇ ନାହିଁ। ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ, ଜବତ ହୋଇଥିବା ଟଙ୍କା ଏଥିରେ ବ୍ୟବହାର ହୋଇଥାନ୍ତା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର