ବାଲି ମାଫିଆ ଛୁଟକା ଗିରଫ

ପଦ୍ମପୁର: ପଦ୍ମପୁର ଅଂଚଳର ଜଣେ କୁଖ୍ୟାତ ବାଲି ମାଫିଆକୁ ପୁଲିସ ଗିରଫ କରିଛି। ପଦ୍ମପୁର ଉପଖଣ୍ଡର ବିଭିନ୍ନ ବାଲିଘାଟରୁ ବାଲି ଚୋରି କରିବା ସହ ବିଭିନ୍ନ ସମୟରେ ଲୋକଙ୍କୁ ଧମକଚମକ ଓ ମାଡପିଟ କରି ଏହି କାରବାର ଚଳାଇଥିବା ଅଭିଯୋଗ ରହିଛି। ଅଭିଯୁକ୍ତ ହେଲା ସେକ ମହମ୍ମଦ ୱାଜିଦ ଓରଫ ଛୁଟକା। ଗତ ୧୮.୦୯.୧୮ରେ ପଦ୍ମପୁରର ଜି. ଶ୍ରୀନିବାସଙ୍କୁ ମୋବାଇଲ ନଂ ୭୮୯୪୯୯୧୧୧୪ରୁ  କେହି ଜଣେ ଅଜଣା ବ୍ୟକ୍ତି ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିଥିଲା। ଜୀବନରେ ମାରି ଦେବାକୁ ଧମକ ଦେଇଥିବା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍‌ ମୋବାଇଲ ନମ୍ବରକୁ ଟ୍ରାକ କରି ଦୁଇ ଜଣ ଯୁବକକୁ ଅଟକ ରଖି ତଦନ୍ତ କରିଥିଲା। ସେକ ମହମ୍ମଦ ୱାଜିଦ ଓରଫ ଛୁଟକାର ପ୍ରରୋଚନାରେ ପଡି ସେମାନେ ଏହି ଧମକ ଦେଇଥିବା ପ୍ରକାଶ କରିଥିଲେ। ମଧ୍ୟାହ୍ନରେ ପୁଲିସ୍‌ ଚଢ଼ଉ କରି ଛୁଟକାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଂଜୁର ହେବାରୁ ତାକୁ ପଦ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଛୁଟକା ଜଣେ ପେସାଦାର ଅପରାଧୀ ଓ ବାଲି ମାଫିଆ। ସେ ଜଗଦଲପୁରର ହୋଇଥିବା ବେଳେ ଲଖମରା ଅଞ୍ଚଳରେ ବାଲି ଚୋରା ଚାଲାଣ କରୁଥିଲା। ସୋହେଲା, ପଦ୍ମପୁର, ବୁଡେନ, ଜଗଦଲପୁର ଓ ଗାଇସିଲାଟ ଥାନାରେ ଅନେକ ଗୁଡିଏ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର