ଲଗାଣ ବର୍ଷାରେ ସ୍କୁଲ୍‌ ଘର ଭାଙ୍ଗିଲା

ପାଇକମାଲ: ଲଗାଣ ବର୍ଷା ଯୋଗୁଁ ପାଇକମାଲ ବ୍ଲକ ମୁନିକେଲ ଉଚ୍ଚ ପ୍ରାଥମିକ ସ୍କୁଲ୍‌ର ଶ୍ରେଣୀ ଗୃହ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ତାହା ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ବେଳେ ଖପର ଛାଉଣୀରୁ ସବୁବେଳେ ପାଣି ଗଳି ଆସୁଥିଲା। ଫଳରେ ସ୍କୁଲ୍‌ରେ ପଢ଼ୁଥିବା ୧୩୦ ଜଣ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରକାଶଥାଉ କି ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବେଳେ ମୋଟ ୫ ଜଣ ଶିକ୍ଷକ ଅଛନ୍ତି। ମାତ୍ର ଜରାଜୀର୍ଣ୍ଣ କୋଠରୀ ଯୋଗୁଁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୁଣ୍ଡରେ ସର୍ବଦା ବିପଦର ଖଣ୍ଡା ଝୁଲି ରହିଛି। ଏପରିକି ପକ୍କା ଶ୍ରେଣୀ ଗୃହ ରହିଥିଲେ ବି ନିମ୍ନମାନର କାମ ଯୋଗୁଁ ତା’ ଛାତରୁ ବି ପାଣି ଗଳୁଥିବା ଅଭିଯୋଗ ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ନୂଆ ଶ୍ରେଣୀ ଗୃହ ନିର୍ମାଣ ସହ ଅନ୍ୟଗୁଡ଼ିକର ଆବଶ୍ୟକ ମରାମତି କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର