ଗାଇସିଲାଟ୍: ଗାଇସିଲାଟ ପଞ୍ଚାୟତ ସାନ ସାହାଜବାହାଲ ଗାଁରେ ଗୋପାଳ ସାହୁଙ୍କ ପୁଅ ସୁରେନ୍ଦ୍ର (୪୦)। ୪ ବର୍ଷ ହେବ ସେ ସ୍ନାୟୁ ରୋଗରେ ପୀଡ଼ିତ। ଦୁଇ ହାତ ଗୋଡ଼ ଅଚଳ ହୋଇ ପଡ଼ିଛି। ବହୁ କଷ୍ଟରେ କଥା ହୁଅନ୍ତି। ସ୍ତ୍ରୀ ଅସରପି, ପୁଅ ତ୍ରିନାଥଙ୍କୁ ନେଇ ଘର ସଂସାର। ସବୁ କାମ ପାଇଁ ପରିବାର ଉପରେ ସଂପୂର୍ଣ୍ଣ ଉପରେ ନିର୍ଭରଶୀଳ। ଜମି ମାତ୍ର ୧ ଏକର ମଧ୍ୟରେ। ପରିବାର ଗରିବ ହୋଇଥିବାରୁ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିଥାନ୍ତି। ଘରେ ଯାହା କିଛି ଟଙ୍କା ଥିଲା ପଦ୍ମପୁର, ବରଗଡ଼, ବୁର୍ଲା, ବିଶାଖାପାଟଣା ଆଦି ଡାକ୍ତରଖାନା ଯାଇ ସରିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନାହିଁ। ପ୍ରାୟ ବର୍ଷେ ହେବ ଅର୍ଥାଭାବରୁ ଉଚ୍ଚ ଚିକିତ୍ସା ପାଇଁ ଯାଇପାରୁ ନାହାନ୍ତି। ଏ ସଂପର୍କରେ ସୁରେନ୍ଦ୍ରଙ୍କ ପରିବାର ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଜଣାଇବା ପରେ ସୁରେନ୍ଦ୍ରଙ୍କୁ ଦିବ୍ୟାଂଗ ଭତ୍ତା ସହ ଅନ୍ତୋଦୟ ଯୋଜନାରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମଧ୍ୟ ଦିଆଯାଇଛି। ରେଡକ୍ରସ ପକ୍ଷରୁ ସହାୟତା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରିବୁ ବୋଲି ସମିତି ସଭ୍ୟ ପୂର୍ଣ୍ଣାନନ୍ଦ ବାରିକ କହିଥିଲେ। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେଲେ ସୁରେନ୍ଦ୍ରଙ୍କ ଚିକିତ୍ସା ହୋଇପାରନ୍ତା ବୋଲି ପରିବାର ବର୍ଗ ଆଶା ପ୍ରକଟ କରିଛନ୍ତି।