ସଫେଇ କର୍ମଚାରୀଙ୍କ ମୃତ୍ୟୁ

ବରଗଡ଼: ଗୁରୁଦ୍ୱାରା ଛକ ନିକଟସ୍ଥ ଜିଲ୍ଲା ଅଡିଟ୍‌ ଅଫିସ୍‌ରେ କାର୍ଯ୍ୟରତ ଝାଡ଼ୁଦାର ଅନିରୁଦ୍ଧ ଦଳାଇ (୪୫)ଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ମଂଗଳବାର ରାତିରେ ତଲିପଡ଼ା ନିବାସୀ ଅନିରୁଦ୍ଧ ଦପ୍ତର ବନ୍ଦ କରି ଭିତରେ ଶୋଇଥିଲେ। ଭିତର ପଟୁ କବାଟ ବନ୍ଦ ରଖିଥିଲେ। ବୁଧବାର ସକାଳୁ କର୍ମଚାରୀମାନେ ଅଫିସ୍‌କୁ ଆସିବା ପରେ ଅନିରୁଦ୍ଧ କବାଟ ଖୋଲିନଥିଲେ। ଝରକା ପଟୁ ଦେଖିଲା ବେଳକୁ ଅନିରୁଦ୍ଧଙ୍କ ଶବ ଚଟ୍ଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଟାଉନ ପୁଲିସ୍‌ ଘଟଣା ସ୍ଥଳରେ ପହଂଚି କବାଟ ଖୋଲିଥିଲା। ମୃତ୍ୟୁ ପୂର୍ବରୁ କୋଠରୀ ଭିତରେ ବାନ୍ତି କରି ଅନିରୁଦ୍ଧ ଛଟପଟ ହୋଇଥିବା ପୁଲିସ୍‌ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହୁଛି।

ସମ୍ବନ୍ଧିତ ଖବର