ସିଟି ବସ୍‌କୁ ପିଟିଲା ଟ୍ରକ୍‌: ୨୦ ଆହତ, ୨ ଗୁରୁତର

ବରଗଡ଼: ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥ ଅଶୋକା ବିଲ୍‌ଡକନ୍‌ ଟୋଲଗେଟ୍‌ -ପଁର୍‌ରାପାଟ ମନ୍ଦିର ସମ୍ମୁଖରେ ଗୁରୁବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ସମ୍ବଲପୁରରୁ ବରଗଡ଼ ଅଭିମୁଖେ ଆସୁଥିବା ଗୋଟିଏ ସିଟି ବସ୍‌କୁ ସାମ୍ନାରୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ଏଥିରେ ସିଟି ବସ୍‌ର ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ସିଟି ବସ୍‌ ଡ୍ରାଇଭର ଭକ୍ତି ବାଗ, ଅତାବିରା ଏଡିବିଓ ଲକ୍ଷପତି ବେହେରା, କିରଣ ଦୋରା, ସତୀଶ ତାଣ୍ଡି, ରଜନୀ ବରିହା, ଅନୁରାଧା ବାଗ, ପ୍ରଭାକର ସେଠୀ, ଦାଶରଥି ବରିହା, ଭକ୍ତ ବାଗ, ଦାଶରଥି କାଲି, ଆନନ୍ଦ ଭୋଇ, ସରୋଜ ମହାପାତ୍ର, ସୀମା ଭୋଇ, ଭଗବତୀ ଅଗ୍ରଓ୍ଵାଲ, ରଜନୀଗନ୍ଧା ବରିହା, ସୁବାସ ସାହୁ, ଭାଗିରଥି ଭୋଇ, ପୂର୍ଣ୍ଣଚନ୍ଦ୍ର ବାଗ, ଅନୀତା ସେଠ୍‌।

ସମ୍ବନ୍ଧିତ ଖବର