ଲାଞ୍ଜିଗଡ଼/ଟିଟିଲାଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ପାଇକବୋରି ଗାଁର କନ୍ଧବୋରି ଗାଁର କେଶବ ମାଝୀଙ୍କ ସ୍ତ୍ରୀ ଦୟା ମାଝୀ (୪୫)ଙ୍କ ପାଇକବୋରି ଗାଁର ପୋଖରୀରେ ବୁଡ଼ି ଗୁରୁବାର ମୃତ୍ୟୁ ଘଟିଛି। ସେ କିଛି ଲୋକଙ୍କ ସହ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ଦିନ ୧୨ଟାରେ ଦୟା ପାଇକବୋରି ଗାଁକୁ ଖାଦ୍ୟ ଅଣିବା ପାଇଁ ଆସି ଫେରି ନଥିଲେ। ଗୁରୁବାର ସକାେଳ ପୋଖରୀରେ ମୃତଦେହ ପଡ଼ିଥିଲା। ବିଶ୍ବନାଥପୁର ଥାନାଧିକାରୀ କାହ୍ନୁଚରଣ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ଗାଁ ଲୋକଙ୍କ ସହାୟତାରେ ପୋଖରୀରୁ ଶବ ଉଦ୍ଧାର କରିବା ସହ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଟିଟିଲାଗଡ଼ ସହରର ମଦଭାଟି ପଡା ନିକଟ ବନ୍ଧରେ ବୁଡି ଜଗନ୍ନାଥ ପଡ଼ାର ନୀଳାଚଳ ପୋଢ଼ (୪୫)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଟିଟିଲାଗଡ଼ ଜଗନ୍ନାଥ ପଡ଼ାର ନୀଳାଚଳ ଦିନ ପ୍ରାୟ ୩ଟାରେ ବେଳେ ଶୌଚ ପାଇଁ ମୁଡା ବନ୍ଧକୁ ଆସିଥିଲେ। ତେବେ ସେ ପାଣିରେ ପଶିଥିବା ବେଳେ ଆଉ ବାହାରି ପାରି ନଥିଲେ। ପୋଖରୀ ହୁଡ଼ାରେ ତାଙ୍କ ଟ୍ରଲି ରଖା ହୋଇଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଟିଟିଲାଗଡ ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି କହିଛନ୍ତି।