ଭ୍ୟାନ୍‌-ବାଇକ୍‌ ଧକ୍କା, ଜଣେ ଗୁରୁତର

ବରପାଲି: ବରପାଲି ବ୍ଲକ୍‌ କନବାର ଗାଁ ନିକଟରେ ଶୁକ୍ରବାର ଏକ ମାରୁତି ଭ୍ୟାନ୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ବରପାଲି ଥାନା ତୁଲଣ୍ଡି ଗ୍ରାମର ପ୍ରତାପ ବଢ଼େଇ (୪୦) ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାନୁସାରେ ପ୍ରତାପ ବାଇକ୍‌ ଯୋଗେ ଫେରୁଥିବା ବେଳେ କନବାର ନିକଟରେ ଏକ ଭ୍ୟାନ୍‌ (ଓଆର୍ ୧୫ଏନ୍‌-୭୪୪୮) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତା ଉପରେ ଛିଟିକି ପଡ଼ି ପ୍ରତାପ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ରାସ୍ତା ଉପରେ ପଡ଼ି ଛଟପଟ ହେଉଥିଲେ। ଏହି ସମୟରେ ଜମିକୁ ଯାଉଥିବା ଗାଁ’ର ଚାଷୀମାନେ‌ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ବରପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଭ୍ୟାନ୍ ଚାଳକ ଫେରାର୍ ହୋଇଯାଇଥିବା ବେଳେ ତାହା ତୁଲଣ୍ଡି ଗ୍ରାମର ବିରାଜ ପଧାନଙ୍କ ବୋଲି ଜଣାପଡ଼ିଛି। ପୁଲିସ ଉଭୟ ଗାଡ଼ିକୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର