ଭଙ୍ଗା କାନ୍ଥ ତଳେ ଦୁଇ କୁନି ଛୁଆଙ୍କ ଭବିଷ୍ୟତ: କେବେ ମିଳିବ ବିଧବାଙ୍କୁ ଖଣ୍ଡେ ଘର?

0 37

ବିଜେପୁର: ବିଜେପୁର ବ୍ଲକ୍‌ ଭଟିଗାଁ ପଞ୍ଚାୟତର ମାଝିପାଲି ଗ୍ରାମର ବିଧବା ମନ ସାହୁ (୪୫)ଙ୍କ ଘର ଖଣ୍ଡିଏ ନାହିଁ। ସ୍ୱାମୀ ସତ୍ୟବାଦୀ ସାହୁଙ୍କ ୨ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି। ଦୁଇ ଝିଅ ସତ୍ୟଭାମା(୫) ଓ ହୀରାବତୀ(୩)ଙ୍କୁ ନେଇ ପରିବାର। ଘର ଖଣ୍ଡେ ପାଇଁ ସମସ୍ତଙ୍କୁ ହାରିଗୁହାିର କରି ବିଫଳ ହୋଇଛନ୍ତି। ଦଦରା ଘର ଖଣ୍ଡି ଗତ ବର୍ଷାରେ ଭାଙ୍ଗି ଯାଇଥିବାରୁ ମନଙ୍କ ଦୁର୍ଦଶା ବଢ଼ିଯାଇଛି। ତାଙ୍କ ରାସନ କାର୍ଡ ରହିଛି। ମାସକୁ ୩୫ କେଜି ଚାଉଳ ଓ ବିଧବା ଭତ୍ତା ପାଉଛନ୍ତି। ସ୍ଥାନୀୟ ସରପଞ୍ଚ ଗହଲ ସାହୁ କହିଛନ୍ତି ଯେ ସେ ଘର ପାଇଁ ବିଧାୟିକାଙ୍କ ଦୃଷ୍ଟି ଅକର୍ଷଣ କରିଛନ୍ତି। ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ, ପଂଚାୟତ ସମିତି ଅଧ୍ୟକ୍ଷା ମାନିନୀ ଭୋଇଙ୍କୁ ମଧ୍ୟ ମନ ସାହୁ ଏ ବିଷୟରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.