ଘର ମାଲିକଙ୍କ କାରନାମା : ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ!

ବରଗଡ଼ : ଝଡ଼ାଫୁଙ୍କା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ ଲମ୍ପଟ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମାମଲା ତିନି/ଚାରି ମାସ ତଳର ହୋଇଥିଲେ ହେଁ ପୀଡ଼ିତା ଜଣକ ଏନେଇ ଅଭିଯୋଗ କରିବା ପରେ ଗତ ୧୨ ତାରିଖ ଟାଉନ ପୁଲିସ୍‌ କେସ ନମ୍ବର ୩୯୧ ଦଫା ୩୭୬ (୨)(ଏଚ୍‌)(ଏନ୍‌)/୫୦୬ ଆଇପିସି/୩(ଏଲ୍‌)(ଭି)/୨(ଭି) ଏସ୍‌ଟି/ଏସ୍‌ସି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କ ସହ ପ୍ରେମ ବିବାହ କରିବା ପରେ ସେ ଗତବର୍ଷ ଡିସେମ୍ବର ମାସରୁ ଓ୍ଵାର୍ଡ ନମ୍ବର-୧୬ ବରମ୍‌ଚାରୀଠାରେ ଭଡ଼ା ଘରେ ରହୁଥିଲେ। ଘର ମାଲିକ ଦେହ ଖରାପ ହେଲେ ଝଡ଼ାଫୁଙ୍କା କରୁଥିବା ପୀଡ଼ିତା ଜାଣିବାକୁ ପାଇଥିଲେ। ଦୁଇମାସର ଗର୍ଭବତୀ ପୀଡ଼ିତା ଜଣକ ସ୍ୱାମୀଙ୍କୁ ଜଣାଇବା ପରେ ଘର ମାଲିକଙ୍କୁ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ କହିଥିଲେ। ଘରମାଲିକ କିଛି ଔଷଧ ଖାଇବାକୁ ଦେଇ ଦେହ ଭଲ ହେବା ପାଇଁ ପୂଜା କରିବାକୁ ପଡ଼ିବ ବୋଲି କହିଥିଲେ। କିନ୍ତୁ ଏନେଇ ସ୍ୱାମୀଙ୍କୁ କିଛି ନକହିବା ପାଇଁ ତାଗିଦ କରିଥିଲେ। ତାଙ୍କ କଥାରେ ପୀଡ଼ିତା ରାଜି ହୋଇଥିଲେ। ଗତ ମାର୍ଚ୍ଚ ମାସରେ ଘରମାଲିକ ପୂଜା କରିବା ବାହାନାରେ ଶାରୀରିକ ସଂପର୍କ ରଖିଥିଲେ। ଏକଥା କହିଲେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଘୋର ଅନିଷ୍ଟ ହେବ ବୋଲି ଡର ଦେଖାଇଥିଲେ। ପୀଡ଼ିତା ଗର୍ଭବତୀ ଥିଲେ ହେଁ ଘରମାଲିକ ଧମକ ଦେଇ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ଏହାପରେ ସ୍ୱାମୀ-ସ୍ତ୍ରୀ ଘର ଛାଡ଼ି ଅନ୍ୟତ୍ର ରହିଥିଲେ। କିନ୍ତୁ ଘରମାଲିକ ଫୋନ୍‌ କରି ନାନାଦି ଧମକ ଦେଉଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍‌ ମାମଲା ରୁଜୁ କରି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର