ସାପ କାମୁଡ଼ାରେ ଯୁବକ ମୃତ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ କଣ୍ଠିପାଲି ଗ୍ରାମରେ ଏକ ବିଷଧର ସର୍ପ ଦଂଶନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସୁରେଶନ ପୋଢ (୨୪)। କଣ୍ଠିପାଲି ନିବାସୀ ସୁଖଲାଲ ପୋଢଙ୍କ ପୁଅ ସୁରେଶନ ଘରେ ଏକ ଖଟ ଉପରେ ଶୋଇଥିବା ବେଳେ ରାତି ୩ଟାରେ ଏକ କଲେତ ସାପ ତାଙ୍କ ଅଣ୍ଟାକୁ କାମୁଡି ଦେଇଥିଲା। ପରିବାରଲୋକେ ତାଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର