ଯୁବକଙ୍କୁ ନିର୍ମମ ହତ୍ୟା

ବରଗଡ଼ : ସହର ଉପକଣ୍ଠସ୍ଥ ଡାଂଗ ଗାଁ ନଦୀପଡ଼ା ଠାରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ୍‌ ସୂଚନା ହେଲା, ମୃତକଙ୍କ ନାମ କାହ୍ନ ମେହେର (୨୫)। ସେ ସୋନପୁର ଜିଲ୍ଲା ମେଣ୍ଡା ଗାଁର ମୂଳ ନିବାସୀ। ପ୍ରାୟ ଦଶ ବର୍ଷ ହେଲା କାହ୍ନ ଏବଂ ପିତା-ମାତା ଆସି ଏଠାରେ ଭଡ଼ାରେ ରହୁଥିଲେ। କାହ୍ନ ପେଶାରେ ରିକ୍ସା ଚାଳକ। ଶୁକ୍ରବାର ସକାଳୁ ତାଙ୍କର ମୃତ ଦେହ ଘରଠାରୁ ଶହେ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଟାଉନ ପୁଲିସ୍‌ ଏକ ମାମଲା ରୁଜୁ କରି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର