ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଉଦଯାପିତ, ମହିଶା ମର୍ଦ୍ଧିନି ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉପକଣ୍ଠ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି।

ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମାଙ୍କୁ ଦୁର୍ଲଭ ମହିଶା ମର୍ଦ୍ଧିନି ବେଶରେ ଭୂଷିତ କରାଯାଇଥିଲା। ପରେ ଷୋଡଶ ଉପଚାର ପୂଜା ଏବଂ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି ପରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ତା ପରେ ବ୍ରତଧାରୀ ମାନେ ନିଜ ନିଜର କଳସକୁ ମାଝଣା ପୋଖରୀରେ ବିସର୍ଜନ କରିଥିଲେ। ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ। ଆଜି ମଧ୍ୟ ମନ୍ଦିର ବେଢାରେ କମିଟିର ସଦସ୍ୟ ମାନେ ଜଗନ୍ନାଥଙ୍କ ଟଙ୍କ ତୋରାଣି ବଣ୍ଟନ କରିଥିଲେ।

ଏହି ମହୋତ୍ସବକୁ ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟିର ସଂପାଦକ ଲକ୍ଷ୍ମୀଧର ମହାନ୍ତି, ଅଶୋକ ଦାସ, ବିଜୟ କୁମାର ରାଜା, କାର୍ତ୍ତିକ ସାହାଣୀ ପୂର୍ଣଚନ୍ଦ୍ର ସାହାଣୀ, ପ୍ରସନ୍ନ ସୁନ୍ଦରାୟ, ପ୍ରେମାନନ୍ଦ ପଣ୍ଡା,ବାଉରୀ ବନ୍ଧୁ, ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର