ଭଦ୍ରକ: ଦୀନବନ୍ଧୁଙ୍କ ଟିକେଟ କଟିବା ନେଇ ବାସୁଦେବପୁରରେ ବିଜେପି କାର୍ଯ୍ୟାଳୟ ଘେରିଲେ ଶତାଧିକ କର୍ମୀ

ଭଦ୍ରକ: ବାସୁଦେବପୁରରେ ତୃଣମୂଳସ୍ତରର ନେତାଙ୍କୁ ଟିକେଟ ନମିଳିବାରୁ ଶନିବାର ଶତାଧିକ କର୍ମୀ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଘେରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ବାସୁଦେବପୁର ବିଧାନସଭା ଆନସ ପାଇଁ ମାଧବାନନ୍ଦ ମଲ୍ଲିକଙ୍କୁ ଟିକେଟ ମିଳିଛି। ମାଧବାନନ୍ଦ କିଛି ମାସ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ମାତ୍ର ବାସୁଦେବପୁରରେ ବିଜେପିକୁ ଦିନବନ୍ଧୁ ପତି ସୁଦୃଢ଼ କରିଥିଲେ। ବର୍ଷ ୨୦୧୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଦୀନବନ୍ଧୁ ବିଜେପି ଟିକେଟରେ ବାସୁଦେବପୁରରୁ ଲଢ଼ିଥିଲେ।

ଦୀନବନ୍ଧୁଙ୍କୁ ଟିକେଟ ନମିଳିବାରୁ ଆଜି ତାଙ୍କ ସମର୍ଥକ ଓ କର୍ମୀମାନେ ଭଦ୍ରକ ଗାନ୍ଧୀ ପଡ଼ିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପ୍ରତିବାଦ କରିବା ସହିତ ଜିଲ୍ଲା ସଭାପତିଙ୍କ ଜରିଆରେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ମାଧବାନନ୍ଦଙ୍କ ଟିକେଟ କଟାଯାଉ। ଦୀନବନ୍ଧୁଙ୍କୁ ଟିକେଟ ନମିଳିଲେ ସ୍ଥାନୀୟ କର୍ମୀ ଓ ସମର୍ଥକମାନେ ଯାହା ନିଷ୍ପତ୍ତି ନନେବେ ତାହା କରିବେ।

ନିଜର ପ୍ରତିକ୍ରିୟାରେ ବିଜେପି ନେତା ଦୀନବନ୍ଧୁ କହିଛନ୍ତି ଯେ, ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଦଳର ଅସମୟରେ ରହିଛି। ଦଳର ଜଣେ ତୃଣମୂଳସ୍ତରର କର୍ମୀ ଭାବେ ମୁଁ କାମ କରିଛି। ମୋତେ ଟିକଟ ନଦେବା ମୋ ପ୍ରତି ଦଳ ଅବିଚାର କରିଛି। ଏହାର ପୁର୍ନବିଚାର କରାନଗଲେ ଦୁଇ ଦିନ ଭିତର ମୋ ନିର୍ବାବାଚନ ମଣ୍ଡଳୀର ଦଳର କର୍ମୀ ଓ ନେତାମାନେ ଯାହା ନିଷ୍ପତ୍ତି ନେବେ ମୁଁ ସେହି ଅନୁସାରେ କାର୍ଯ୍ୟ କରିବି। ଦୀନବନ୍ଧୁଙ୍କ ଟିକଟ କଟିବା ଘଟଣାକୁ ନେଇ ଓ ଆଜିର ପ୍ରତିକ୍ରିୟା ଘଟଣା ଆଗାମୀ ଦିନରେ ବାସୁଦେବପୁର ବିଜେପି ରାଜନୀତିକୁ ଅଡୁଆ ପରିସ୍ଥିତିରେ ପକାଇବ ବୋଲି ରାଜନେତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଇ ଘଟଣା ପରେ ଆଜି ବାସୁଦେବପୁରରେ ବିଜେପି ଏକ ପ୍ରକାର ଦୁଇ ଗୋଷ୍ଠୀରେ ଭାଗ ହୋଇଯାଇଛି। ଦୀନବନ୍ଧୁ ଗୋଷ୍ଠୀ ଓ ମାଧବାନନ୍ଦ ଗୋଷ୍ଠୀଯ ସମୟ କହିବ କେଉଁ ଗୋଷ୍ଠୀ ଆଗକୁ ପାୱାରଫୁଲ ହେଉଛି। କାହାର ଗୋଟି ଚାଳନା ଦଳକୁ କେତେ ଫାଇଦା ଦେଉଛି।

ସମ୍ବନ୍ଧିତ ଖବର