ଟିଟିଲାଗଡ଼: ଡିିଏଭି କଲେଜ ପରିସରରେ ଭାଲୁ

ଟିଟିଲାଗଡ଼: ବଲାଙ୍ଗୀର ଟିଟିଲାଗଡ଼ସ୍ଥିତ ଡିଏଭି କଲେଜ ପଶିଆସିଛି ଏକ ଜଙ୍ଗଲୀ ଭାଲୁ। ଆଜି ସକାଳୁ ସକାଳୁ କଲେଜ ଭିତରେ ଭାଲୁ ପଶିଥିବା ଜଣାପଡ଼ିବା ପରେ ଛାତ୍ରଛାତ୍ରୀ ଓ କଲେଜର କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋରରୁ ଏକ ଭାଲୁ ଡିଏଭି କଲେଜର ପୁରୁଣା ଛାତ୍ରାବାସ ଭିତରକୁ ପଶି ଆସିଥିଲା। ଏହି ପୁରୁଣା ଛାତ୍ରାବାସରେ ବର୍ତ୍ତମାନ କୌଣସି ଛାତ୍ର ରହୁ ନ ଥିବା ବେଳେ ତା ପାଖକୁ ରହିଛି ଷ୍ଟାଫ୍‌ କ୍ୱାର୍ଟର।ତେଣୁ କଲେଜର କର୍ମଚାରୀଙ୍କ ପରିବାର ଭାଲୁ ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି। ଏ ନେଇ ବନବିଭାଗକୁ ଖବର ଦିଆଯିବା ପରେ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ କଲେଜ ପରିସରରୁ ଜଙ୍ଗଲକୁ ଘଉଡ଼ାଇ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି ।ତେବେ ଲୋକଙ୍କ କୋଳାହଳ ଯୋଗୁଁ ଭାଲୁଟି ଛାତ୍ରାବାସ ଭିତରେ କେଉଁଠି ଛପି ରହିଯାଇଥିିବାରୁ ଏ ପର୍ଯ୍ୟନ୍ତ ତାକୁ ଘୁଉଡ଼ାଇବା ସମ୍ଭବ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର