ବ୍ୟାସନଗର ସହର ଭିତରେ ଭାଲୁ ! ୭ ଘଣ୍ଟା ହେଲାଣି ଧରାପଡ଼ୁନି, ବନବିଭାଗ ଓ ପୁଲିସ ନାକେଦମ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଟାଉନରେ ଆଜି ସକାଳୁ  ଦେଖା ଦେଇଛି ଭାଲୁ ଆତଙ୍କ। ଦୁଇଟି ଭାଲୁ ନିକଟସ୍ଥ କେଉଁ ଜଙ୍ଗଲରୁ ଚାଲି ଆସି ଆଜି ବ୍ୟାସନଗର ଟାଉନରେ ପହଞ୍ଚିଛନ୍ତି। ବିଭିନ୍ନ ବୁଦା ମୁଳରେ ଏହି ଭାଲୁ ଦୁଇଟି ଛପି ଯାଉଥିବାରୁ ତାକୁ ଘଉଡ଼ାଇବା ପାଇଁ  ସକାଳୁ ବନବିଭାଗ ଓ ପୁଲିସ ନାକେଦମ ହୋଇ ସାରିଲାଣି। ଏପରିକି ବର୍ତ୍ତମାନ ସୁଦ୍ଧା ୪ ଜଣ ଭାଲୁ କାମୁଡ଼ାରେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭାଲୁ ସହର ଭିତରକୁ ପଶି ଆସିଥିବା ଖବର ପାଇ ବନବିଭାଗ ସ୍ଥାନୀୟ ଲୋକଙ୍କ  ସହାୟତାରେ ତାକୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛି। ଇତିମଧ୍ୟରେ ୭ଘଣ୍ଟା ଅତିକ୍ରମ କରି ସାରିଥିଲେ ମଧ୍ୟ ଭାଲୁକୁ ସହରରୁ ଘଉଡ଼ାଇବା ସମ୍ଭବ ହୋଇ ନାହିଁ। ଏହି ଦୁଇଟି ଭାଲୁ ଗୋଟିଏ ସ୍ଥାନ ଛାଡ଼ି ଆଉ ଏକ ସ୍ଥାନରେ ଲୁଚି ଯାଉଥିବାରୁ ତାଙ୍କୁ ସଠିକ ଭାବେ ଠାବ କରାଯାଇ  ପାରୁନାହିଁ। ରାସ୍ତା ପାର ହେଉଥିବା ବେଳେ ଭାଲୁକୁ ଦେଖିବାକୁ ମିଳୁଛି। ତେବେ ଖୁବ୍‌ ଶୀଘ୍ର ଭାଲୁ ଦୁଇଟିକୁ ସହରରୁ ତଡ଼ି ଦିଆଯିବ ବୋଲି ବନବିଭାଗ କହିଛି।

ସମ୍ବନ୍ଧିତ ଖବର