ଅନୁଗୁଳ: ଆସନ୍ତାକାଲି ବିଜେପିର ବନ୍ଦ ପାଳନ, ବିଇଡି ପରୀକ୍ଷା ବାତିଲ୍‌

ଅନୁଗୁଳ: ଭାରତୀୟ ଜନତା ପାର୍ଟି ତରଫରୁ ବୁଧବାର ହେବାକୁ ଥିବା ବନ୍ଦକୁ ଦୃଷ୍ଟିରେ ରଖି ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପେପର-୧ ପରୀକ୍ଷାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ତା’ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଅନ୍ୟାନ୍ୟ ବିଇଡି କଲେଜର ପରୀକ୍ଷା ମଧ୍ୟ ସ୍ଥଗିତ ହୋଇଛି ବୋଲି ଅନୁଗୁଳ ବିଇଡି କଲେଜ ଅଧ୍ୟକ୍ଷା ଡ. ପୁଷ୍ପଲତା ସାହୁ ସୂଚନା ଦେଇଛନ୍ତି। ଏଭଳି ନିଷ୍ପତ୍ତି ଦ୍ଵାରା ଅନୁଗୁଳ ସମେତ ଢେଙ୍କାନାଳ, ପୁରୀ, ଜଗତ୍ସିଂହପୁର, ନଳିନୀଦେବୀ ଏବଂ ରାଧାନାଥ ବିଇଡି କଲେଜର ପରୀକ୍ଷା ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର