ବିଶୋଧନ ହେଲା ଜୟପୁର ବେଲ୍ ରୋଡ, ଏସଏସଜି ଗ୍ରୁପ ମାଧ୍ୟମରେ ଚାଲିଛି ଅତ୍ୟାବଶ୍ୟକ ଖାଦ୍ୟ ଯୋଗାଣ

ଜୟପୁର: କରୋନା ଭୂତାଣୁ(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକାର ବେଲ୍ ରୋଡକୁ ବିଶୋଧନ କରାଯାଇଛି। ଆଜି ଜୟପୁର ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ବିଶୋଧନ କରାଯାଇଛି। ସାହି ସାହି ସହ ଗଳି ଗଳିକୁ ବିଶୋଧନ କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ବେଲରୋଡ଼ ଛକ, ଦାଶରଥି ଲାଇନ ଛକ, ବିଜୟା ଲାଇନ ଛକ ସହ ସମ୍ବାରତଟା ସେବାଶ୍ରମ ସ୍କୁଲ ଛକକୁ ଆଜି ବିଶୋଧନ କରାଯାଇଛି। ସକାଳୁ ସକାଳୁ ପୌରପାଳିକା ଓ ଅଗ୍ନିଶମ ବିଭାଗ ଏହି ଅଞ୍ଚଳକୁ ବିଶୋଧନ କରିଥିଲା ଅଞ୍ଚଳରର ରାସ୍ତାଘାଟ, ମନ୍ଦିର ପରିସର ଆଦି ସ୍ଥାନରେ ବିଶୋଧକ ସ୍ପ୍ରେ କରାଯାଇଥିଲା।

ତେବେ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଞ୍ଚଳରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ବରିଷ୍ଠ ଚିକିତ୍ସକକୁ ନେଇ ଏକ ଟିମ ଗଠନ କରାଯାଇଛି। ଏହି ଟିମ ଘରକୁ ଘର ବୁଲି କେହି ଅସୁସ୍ଥ କି କାସ, ଛିଙ୍କ ଓ ଜ୍ବରରେ ପୀଡିତ ଅଛନ୍ତି କି ନାହିଁ ରିପୋର୍ଟ ସଂଗ୍ରହ କରିବେ। ଏହାପରେ ସେମାନଙ୍କର ସ୍ବାବ ସଂଗ୍ରହ କରାଯିବ। ଏହି ସ୍ବାବକୁ ପରୀକ୍ଷା ପାଇଁ ପଠାଯିବ ସେଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି। ଏହିଠାରେ ଏସଏସଜି ସହାୟତାରେ ସକାଳୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଥିବା ଜଣାପଡିଛି। ଏହି କେଣ୍ଟନମେଣ୍ଟ ଅଞ୍ଚଳରେ ରହିଛନ୍ତି କିଛି ଅମାନିଆ ଜନତା। ରୀତିମତ ଏହି ଜନତା ମର୍ଣ୍ଣିଂୱାର୍କଠାରୁ ଆରମ୍ଭ କରି ଦୋକାନ ଖୋଲିବାକୁ ଯାଉଥିବା ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ବାରଣ କରାଯାଉ ଥିବାବେଳେ ଏହାକୁ କିଛି ଅମାନିଆ ମାନୁ ନ ଥିବାରୁ ପୁଲିସର ମୁଣ୍ଡବିନ୍ଧା ବଢିଯାଇଛି। ତେବେ ଜୟପୁର କରୋନା ପଜେଟିଭ୍ଙ୍କ ସମ୍ପର୍କରେ ଆସିଥିବା ସମସ୍ତ ସଦସ୍ୟଙ୍କର ଆଜି ସ୍ବାବ ସଂଗ୍ରହ କରାଯାଇଛି। ଉକ୍ତବ୍ୟକ୍ତିଙ୍କର ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସୁରକ୍ଷିତ ରଖାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର