କେନ୍ଦ୍ରାପଡ଼ା: ପୁଣି ୨୨ ନାଗସାପ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁହୁଡ଼ି ଗ୍ରାମରୁ ଶୁକ୍ରବାର ପୂର୍ବାହ୍ନରେ ପୁଣି ୨୨ଟି ନାଗସାପ ଉଦ୍ଧାର କରାଯାଇଛି। ନାରାୟଣ ମଲ୍ଲଙ୍କ ନିଜ ମାଟି ଓ ଚାଳଘର ନିକଟରେ ଥିବା ଇଟା ଗଦାରେ ଏହି ସାପଗୁୁଡ଼ିକ ଥିବା ଜାଣିପାରି ପରିବାର ପକ୍ଷରୁ ସ୍ନେକ ହେଲପ୍‌ଲାଇନ୍‌କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ସ୍ନେକ ହେଲପ୍‌ଲାଇନ୍‌ର ପ୍ରଫୁଲ୍ଲ ସ୍ୱାଇଁ ପହଞ୍ଚି ୨୨ଟି ନାଗସାପ ଓ ୨୫ଟି ସାପଅଣ୍ଡା ଉଦ୍ଧାର କରିଥିଲେ। ପରେ ସାପଗୁଡ଼ିକ ବନବିଭାଗକୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ ୨ ଦିନ ତଳେ ମଧ୍ୟ କେନ୍ଦ୍ରାପଡ଼ା ବ୍ଲକର ଦଶପୁର ଗ୍ରାମରୁ ୨୭ଟି ନାଗସାପ ଉଦ୍ଧାର କରାଯାଇଥିଲା। ସେହିପରି ଗୁରୁବାର ମଧ୍ୟ ସେହି ଗାଁରୁ ୩ଟି ସାପ ଉଦ୍ଧାର କରାଯାଇଥିବା ବେଳେ ଆଜି ମେହେନ୍ଦିପୁର ଗାଁରେ ସାପ ଥିବା ସୂଚନା ମିଳିଛି। ସାପଗୁଡ଼ିକ ଉଦ୍ଧାର କରିବା ପାଇଁ ସ୍ନେକ ହେଲପ୍‌ଲାଇନ୍‌କୁ ସୂଚନା ଦିଆଯାଇଛି।

ପାଞ୍ଚ ଦିନ ତଳେ ଭଦ୍ରକ ଜିଲ୍ଲାର ଧାମନଗର ଅନ୍ତର୍ଗତ ଶ୍ୟାମପୁର ପାଇକସାହି ଗ୍ରାମର ବିଜୟ ଭୂୟାଁଙ୍କ ଘରୁ ଶତାଧିକ ସାପ ଉଦ୍ଧାର ହେବା ପରେ ୨୫ ତାରିଖରେ ନାଗନାଗୁଣୀ ସହ ଆଉ ୮ଟି ସାପକୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର