ଭଦ୍ରକ: କୋ-ଅପରେଟିଭ୍‌ ବ୍ୟାଙ୍କ ମ୍ୟାନେଜରଙ୍କ ୨୭ ବ୍ୟାଙ୍କ ଆକାଉଣ୍ଟ, ୧୧ଟି ଜମି ପ୍ଲଟ

0

ଭଦ୍ରକ: ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନିଲ ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଟିମ୍‌ କୋଟିପତି କୋ-ଅପରେଟିଭ୍‌ ବ୍ୟାଙ୍କ ମ୍ୟାଜେନଜରଙ୍କ ୨୭ ବ୍ୟାଙ୍କ ଆକାଉଣ୍ଟ (୨୯ ଲକ୍ଷ ଟଙ୍କା ଜମା) ଓ ୧୧ଟି ଜମି ପ୍ଲଟ ଠାବ କରିଛି। ଏହା ବ୍ୟତୀତ ବ୍ୟାଙ୍କ ମ୍ୟାନେଜର ଅଜିତ ହୋତାଙ୍କ ପରିବାର ନାଁରେ ଏକ ବ୍ୟୟ ବହୁଳ ଜେସିବି ମେସିନ୍‌, ୫ଟି ବାଇକ୍‌ ଥିବା ଜଣାପଡ଼ିଛି।

ଆୟବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ମଙ୍ଗଳବାର ଭଦ୍ରକ ଜିଲ୍ଲା କେ-ଅପରେଟିଭ୍‌ ବ୍ୟାଙ୍କ ମ୍ୟାନେଜର ଅଜିତ ହୋତାଙ୍କ ଘରେ ଚଢ଼ାଉ କରିଛି। ମ୍ୟାନେଜର ହୋତାଙ୍କ ନାଁରେ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ବାଲେଶ୍ୱରରୁ ୨ଟି ସ୍ୱତନ୍ତ୍ର ଟିମ ଭଦ୍ରକ ଆସିଥିଲେ। ହୋତାଙ୍କ ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀସ୍ଥିତ ଅଜିତଙ୍କ ପୈତୃକ ନିବାସ, ଭଦ୍ରକ ସହରର ମଠସାହିସ୍ଥିତ ନିବାସ, ଭଦ୍ରକ ସହର ନିକଟସ୍ଥ ନଳାଙ୍ଗ ଠାରେ ଘର ଉପରେ ଚଢ଼ାଉ ଆରମ୍ଭ ହୋଇଥିଲା।

ତାଙ୍କର ୩ଟି ସ୍ଥାନରେ ଥିବା ଘର ଓ ଭଦ୍ରକର ଅସ୍ଥଳସ୍ଥିତ କୋ-ଅପରେଟିଭ ବ୍ୟାଙ୍କ ଅଫିସରେ ଚଢ଼ାଉ କରାଯାଇଥିଲା। ଏକକାଳୀନ ୪ଟି ସ୍ଥାରେ ଏହି ଚଢାଉ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୪ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ବଣ୍ଡ, ୧୦ଟି ରୁ ଉର୍ଦ୍ଧ୍ୱ ଏଲ୍‌ଆଇସି ପଲିସି, ନଗର ୮୯ ହଜାର ଟଙ୍କା, ବହୁ ପରିମାଣରେ ସୁନାଗହଣା, ଯାନବାହାନ, ଅତି ଉଚ୍ଚମାନର ଆସବାପତ୍ର ମିଳିଛି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଭିଜିଲାନ୍ସର ଉଚ୍ଚ କୃର୍ତ୍ତୃପକ୍ଷ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.