ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଇ ୪୦ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଇ ଗୁରୁବାର ଧାମନଗର ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗୋବିନ୍ଦ ନୋଡାଲ ସ୍କୁଲର ୪୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଅସୁସ୍ଥ ପିଲାଙ୍କୁ ପ୍ରଥମେ ଧାମନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ୩ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟାହ୍ନ ଭୋଜନ କେମିତି ବିଷାକ୍ତ ହେଲା ସେ ସମ୍ପର୍କରେ ତଦନ୍ତ କରିବା ପରେ ଜଣାପଡ଼ିବ।

ସମସ୍ତେ ପଢ଼ନ୍ତୁ, ସମସ୍ତେ ବଢ଼ନ୍ତୁ ନେଇ କେନ୍ଦ୍ର ସରକାର ସର୍ବଶିକ୍ଷା ଅଭିଯାନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହେଉଛି ଏହି ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିନ୍ତୁ ପରିତାପର ବିଷୟ ଯେ, ରାଜ୍ୟ ସରକାରଙ୍କ ଅଧିକାରୀ ହେଉ ଅଥବା ସ୍କୁଲ ପରିଚାଳନା କମିଟିର ଅବହେଳା ଯୋଗୁଁ ଓଡ଼ିଶାରେ ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅବହେଳା ଦେଖାଯାଉଛି। ମଧ୍ୟାହ୍ନ ଭୋଜନରେ କେତେବେଳେ ଝିଟିପିଟି ମିଳୁଛି ତ କେତେ ବେଳେ ବିଷାକ୍ତ ଖାଦ୍ୟ ଖାଇ ପିଲା ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

ସମ୍ବନ୍ଧିତ ଖବର