କାନ୍ଥ ଭୁଷୁଡ଼ି ୫ମ ଶ୍ରେଶୀ ଛାତ୍ରୀଙ୍କ ମୃତ୍ୟୁ, ୩ ଗୁରୁତର ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ବିଦ୍ୟାଳୟ ନିକଟରେ ଥିବା ଏକ ମାଟି ଘର କାନ୍ଥ ଭୁଷୁଡ଼ି ପଡ଼ିବାରୁ ମଙ୍ଗଳବାର ଅପରାହ୍ନରେ ଜଣେ ୫ମ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଛାତ୍ରଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିରିତି ସମୟରେ ୫ମ ଶ୍ରେଣୀର ଛାତ୍ରୀ ମାନସୀ ମଳିକ, ୪ର୍ଥ ଶ୍ରେଣୀ ଛାତ୍ର ଜଗନ୍ନାଥ ଦାସ, ଶିବ ମଳିକ ଓ ବିଭୂତି ମଳିକ ଖେଳିବାକୁ ଯାଇଥିଲେ। ସେମାନେ ବିଦ୍ୟାଳୟ ନିକଟରେ ଥିବା ଏକ ମାଟି-ଚାଳ ଘର ନିକଟରେ ଖେଳୁଥିବା ସମୟରେ କାନ୍ଥ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ମାନସୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘଟଣାସ୍ଥଳକୁ ଯାଇଥିଲେ। ସେମାନେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପିଲାମାନଙ୍କୁ ଭେଟିଛନ୍ତି। ଅନ୍ୟପଟରେ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅଭିଭାବକମାନେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଓ ଗୁରୁତର ପିଲାଙ୍କ ମାଗଣା ଚିକିତ୍ସା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର