୫୦୦ ଟଙ୍କା ପାଇଁ ୭୫ ବର୍ଷୀୟା ସ୍ତ୍ରୀଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

0 181

ତିହିଡି/ଭଦ୍ରକ: ଦାରିଦ୍ର୍ୟ ମଣିଷକୁ ହିଂସ୍ର ସଜାଇ ଦେଇଥାଏ। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଭଦ୍ରକ ଜିଲ୍ଲାର ତିହିଡି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଫତେପୁର ଗାଁରେ ମାତ୍ର ୫୦୦ ଟଙ୍କା ପାଇଁ ଜଣେ ବୃଦ୍ଧ ତା’ର ୭୫ ବର୍ଷୀୟା ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ସୂଚନା ମିଳିବା ପରେ ପୁଲିସ ଘଟଣାାସ୍ଥଳରେ ପହଞ୍ଚି ବୃଦ୍ଧକୁ ଗିରଫ କରିଛି।

ପୁଲିସ କହିଛି, ୫୦୦ ଟଙ୍କାକୁ କେନ୍ଦ୍ର କରି ୮୦ ବର୍ଷିଅ ପରମେଶ୍ୱର ବେହେରା ଆଜି ଭୋର ୫ଟାରେ ୭୫ ବର୍ଷୀୟା ସ୍ତ୍ରୀ ଶାନ୍ତିଲତା ବେହେରାକୁ ଘର ଭିତରେ କବାଟ ବନ୍ଦ କରି ନିସ୍ତୁକ ମାଡ଼ ମାରିଥିଲା। ବୃଦ୍ଧା ଜୀବନ ବିକଳରେ ଚିତ୍କାର କରୁଥିବା ବେଳେ ତା’ର ନାତି ସଞ୍ଜୀବ ଉଠି ଘଟଣାସ୍ଥଳକୁ ପହଞ୍ଚି ଥିଲେ। ସେତେବେଳକୁ ଶାନ୍ତିଲତା ଗୁରୁତର ହୋଇ ସାରିଥିଲେ। ଜେଜେମା’ଙ୍କୁ ହସ୍ପିଟାଲ ନେବା ପାଇଁ ସଞ୍ଜୀବ ଏକ ଅଟୋ ନେଇ ଘରେ ପହଞ୍ଚିବା ବେଳକୁ ଶାନ୍ତିଲତାର ଜୀବନ ଦୀପ ଲିଭି ସାରିଥିଲା।

ସୂଚନାଯୋଗ୍ୟ ପରମେଶ୍ୱରଙ୍କ ପୁଅର କିଛି ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି। ତା’ର ୨ ଟି ନାତି ଥିବା ବେଳେ ଜଣେ ବାହାରେ ରହୁଛି। ସଞ୍ଜୀବ ଜେଜେ ବାପା ଓ ଜେଜେ ମା’ଙ୍କ ଠାରୁ ଅଲଗା ରହିଥାଏ। ଏଣେ ବୁଢ଼ା ବୁଢ଼ୀ ଏକାଠି ରହୁଥିଲେ ମଧ୍ୟ ନିଜେ ପାଉଥିବା ଭତ୍ତା ଅଲଗା ଅଲଗା ରଖିଥାନ୍ତି। ଏହି ଟଙ୍କାକୁ କେନ୍ଦ୍ର କରି ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.