ଭଦ୍ରକ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷିଅ ବୃଦ୍ଧ ଗିରଫ

ଭଦ୍ରକ: ପୁରୁଣା ବଜାର ଥାନା ଅଂଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ଜଣେ ୬୦ ବର୍ଷ ବୃଦ୍ଧ ଗିରଫ ହୋଇଛି। ଘଟଣା ସୋମବାର ଘଟିଥିବା ପୁଲିସକୁ ସୂଚନା ମିଳିଛି। ହାଇସ୍କୁଲର ଛାତ୍ରୀ ଜଣକ ସୋମବାର ଘରୋଇ କାମରେ ଯାଇଥିବା ବେଳେ ବୃଦ୍ଧଙ୍କ ଦ୍ୱାରା ଅପହରଣ ଏବଂ ପରେ ଦୁଷ୍କର୍ମର ଶିକାର ହୋଇଥିଲା।

ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତାସମସ୍ତ ଘଟଣାକୁ ନିଜ ପିତା-ମାତାଙ୍କ ନିକଟରେ ପ୍ରକାଶ କରିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ନାଥ ବାବୁ ନାଁରେ ଜଣେ ବୃଦ୍ଧକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର