ଭିଜିଲାନ୍ସ ଜାଲରେ ବନ୍ଧଗାଁ ପିଇଓ

ଭଦ୍ରକ : ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତର କାଯ୍ୟର୍ନିବାହୀ ଅଧିକାରୀ ଧ୍ରୁବଚରଣ ଦାସ ପ୍ରଧାନମନ୍ତ୍ରୀ ଆବାସ ବିଲ୍‌ ପାସ କରାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନସ୍‌ ଦ୍ୱାରା ଗିରଫ ହୋଇଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ବନ୍ଧଗାଁ ପଞ୍ଚାୟତର ରଂଜିତା ବିଶ୍ୱାଳଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଏ ବାବଦ ୩୦ ହଜାର ଟଙ୍କାର ଅନୁଦାନ ବିଲ ପାସ୍‌ ପାଇଁ କାଯ୍ୟର୍ନିବାହୀ ଅଧିକାରୀ ଶ୍ରୀ ଦାସ ତାଙ୍କୁ ବାରମ୍ବାର ଫେରାଉଥିଲେ। ପାଉଣା ନ ଦେଲେ ବିଲ୍‌ ପାସ୍‌ ହେବ ନାହିଁ ବୋଲି କହିବା ପରେ ରଂଜିତାଙ୍କ ସ୍ୱାମୀ ଅନନ୍ତ ଚରଣ ବିଶ୍ୱାଳ ତାଙ୍କୁ ପ୍ରଥମେ ୪ ହଜାର ଟଙ୍କା ଦେଇଥିଲେ। ମାତ୍ର ଆଉ ଦୁଇ ହଜାର ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହେବ ନାହିଁ ବୋଲି ସେ କହିଥିଲେ।

ଏନେଇ ରଞ୍ଜିତାଙ୍କ ସ୍ୱାମୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ଭଦ୍ରକର ପୌର କାର୍ଯ୍ୟାଳୟ ନିକଟରେ ଧ୍ରୁବ୍‌ଙ୍କୁ ରଂଜିତାଙ୍କ ସ୍ୱାମୀ ଅନନ୍ତ ୨ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନସ୍‌ ଟିମ୍‌ ସେଠାରେ ତାଙ୍କୁ କାବୁ କରି ନେଇଥିଲେ। ଭିଜିଲାନସ୍‌ ଟିମ ଆଜି ତାଙ୍କୁ ଗିରଫ୍‌ ଦର୍ଶାଇ ବାଲେଶ୍ୱର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି।

ସମ୍ବନ୍ଧିତ ଖବର