ଭଦ୍ରକ: ଏଡିଜେ କୋର୍ଟରେ ଧାମନଗର ବିଧାୟକ: ଛୁଞ୍ଚିଆ ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ

ଭଦ୍ରକ: ସୋମବାର ଦିନ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ବାସୁଦେବପୁର ଥାନା ଅନ୍ତର୍ଗତ ବାଲିନଗର ପଡ଼ିଆରେ ବହୁ ଚର୍ଚ୍ଚିତ ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି।

ନିରଞ୍ଜନ ଜେନା ଓରଫ ଛୁଞ୍ଚିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧାମନଗର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୫ ଜଣ ଅଭିଯୁକ୍ତ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଅନୁପ କୁମାର ଚନ୍ଦଙ୍କ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସାକ୍ଷ୍ୟ ରଖୁଛନ୍ତି।

୨୦୦୩ ମସିହାରେ ବିଧାୟକ ମୁକ୍ତିକାନ୍ତ ବାସୁଦେବପୁର ବ୍ଲକ୍‌ର ଚେୟାର୍‌ମ୍ୟାନ୍‌ ଥିବା ସମୟରେ ଛୁଞ୍ଚିଆ ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା।

ସମ୍ବନ୍ଧିତ ଖବର