ଭଦ୍ରକ: ୨ ସନ୍ତାନର ଜନକ ଜେଲରଙ୍କ ପ୍ରେମରେ ପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ, ପତ୍ନୀର ପରିଚୟ ପରେ ଖାଇଲେ ଧୋକା

ଭଦ୍ରକ: ଦୁଇଟି ସନ୍ତାର ଜନକ ତଥା ଜଣେ ଜେଲରଙ୍କ ପ୍ରେମ ଜାଲରେ ଫସି ଜଣେ ଇଞ୍ଜିନିୟରିଂ ଛାତ୍ରୀ ପତ୍ନୀର ପରିଚୟ ପାଇଲା ପରେ ଧୋକା ଖାଇଛନ୍ତି। ମିଛ ପ୍ରତିଶ୍ରୁତିକୁ ବୁଝି ନ ପାରି ସେ ଜେଲରକୁ ମନ୍ଦିରରେ ବିବାହ କରିଛନ୍ତି। ସ୍ୱାମୀ-ସ୍ତ୍ରୀର ପରିଚୟ ନେଇ କିଛି ମାସ ରହିବା ପରେ ଜେଲର ଏବେ ଇଞ୍ଜିନିୟରିଂ ଛାତ୍ରୀ(ଦ୍ୱିତୀୟ ପତ୍ନୀ)ଙ୍କୁ ନିର୍ଯ୍ୟାତନା ଦେଉଥିବା ରବିବାର ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି।

ରିପୋର୍ଟ ଅନୁସାରେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଜଣେ ଛାତ୍ରୀ ବାଲେଶ୍ୱରସ୍ଥିତ ଏକ ଇଞ୍ଜିନିୟରିଂ କଲେଜର ବି.ଟେକ୍‌ ମେକାନିକାଲ ଟ୍ରେଡ୍‌ରେ ପାଠ ପଢ଼ନ୍ତି। ଛାତ୍ରୀ ଜଣକ ଫେସ୍‌ବୁକ୍‌ ମାଧ୍ୟମରେ ଭଦ୍ରକ ଜେଲର୍‌ ଚିନ୍ମୟ ପାତ୍ରଙ୍କ ସହିତ ଫେସ୍‌ବୁକ୍‌ରେ ପରିଚିତ ହୋଇଥିଲେ। ଚିନ୍ମୟ ଯେତେବେଳେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥିଲେ, ସେହି ସମୟରେ ସେ ଛାତ୍ରୀଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏପରିକି ଛାତ୍ରୀଙ୍କ ପରିବାର ଲୋକେ ମଧ୍ୟ ଚିନ୍ମୟଙ୍କୁ ଅତି ଆପଣାର କରି ନେଇଥିଲେ।

ଚିନ୍ମୟ ଓ ଛାତ୍ରୀ ଜଣକ ମୟୁରଭଞ୍ଜ ଜିଲ୍ଲାର ଖିଚିଂ ଦେବୀଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ ଓ କରଞ୍ଜିଆରେ ରହୁଥିଲେ। କିନ୍ତୁ ଛାତ୍ରୀଙ୍କୁ ଜଣା ନଥିଲା ଯେ, ଚିନ୍ମୟ ଜଣେ ବିବାହିତ ଓ ତାଙ୍କର ସ୍ତ୍ରୀ ସମେତ ୨ଟି ସନ୍ତାନ ଅଛି। ଏକଦା ଭିଡିଓ କଲିଂ ଆସିବା ପରେ ଛାତ୍ରୀ ଜଣକ ଚିନ୍ମୟଙ୍କ ପ୍ରତି ସନ୍ଦେହ କରିଥିଲେ। କାରଣ ସଂପର୍କରେ ପଚାରି ମଧ୍ୟ ସେ ବିଫଳ ହୋଇଥିଲେ। ସେହିଦିନ ଠାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତମତାନ୍ତର ଦେଖା ଯାଇଥିଲା। ଚିନ୍ମୟ ଦିନେ ଜୀବନରୁ ମାରିଦେବି ଓ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବି କହି ଧମକ ଦେବାରୁ ଶେଷରେ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର