ଆସନ୍ତାକାଲି ଠାରୁ ଭଦ୍ରକରେ ନିରାଡ଼ାମ୍ବର କାଳୀପୂଜା

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ‘ଭଦ୍ରକ କାଳୀପୂଜା’ ଗୁରୁବାର ଠାରୁ ନିରାଡ଼ାମ୍ବର ଭାବରେ ପାଳିତ ହେଉଛି। ସାତ ଦିବସୀୟ ଏହି ପୂଜାକୁ ନେଇ ଲୋକଙ୍କ ମନରେ ଉତ୍ସାହ ନାହିଁ। ପୂର୍ବ ବର୍ଷମାନଙ୍କରେ ଭଦ୍ରକ କାଳୀପୂଜା ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳିତ ହୋଇ ଆସୁଥିଲା। କିନ୍ତୁ ଗତ ଏପ୍ରିଲରେ ସୋସିଆଲ ମିଡ଼ିଆରେ ଧାର୍ମିକ ଫଟୋ ନେଇ ବିବାଦୀୟ ମନ୍ତବ୍ୟ ଆସିଥିଲା। ସେହି ଦିନଠାରୁ ଭଦ୍ରକ ଉପରେ ପୁଲିସର ନଜର ରହି ଆସୁଥିବା ବେଳେ, ଏଥର କାଳୀପୂଜାର ମାହୋଲ ଫିକା ଲାଗୁଛି।

ରାସ୍ତା ଅତିକ୍ରମ କରି ଲିଡ, ଏଲିଡ ଲାଇଟ ଡେକୋରେସନକୁ ମଞ୍ଜୁରୀ ଦିଆଯାଇ ନଥିବା ବେଳେ, ପୂଜାମଣ୍ଡପ ଗୁଡ଼ିକରେ ସାଉଣ୍ଡ ବାଜି ପାରିବ ନାହିଁ। ସେହିଭଳି ଦର୍ଶକଙ୍କ ପାଇଁ ମୀନାବଜାର କିମ୍ବା ଯାତ୍ରାର ବ୍ୟବସ୍ଥା କରାଯାଇ ନାହିଁ।

ଭଦ୍ରକ କାଳୀପୂଜା ପାଇଁ ବ୍ୟବସାୟୀମାନେ ଗୋଟିଏ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏଥର ସେମାନଙ୍କୁ ଘରେ ହାତ ବାନ୍ଧି ବସିବାକୁ ପଡ଼ିଛି।

ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ ପୁଲିସ ପ୍ରଶାସନ ଦ୍ୱାରା ଶାନ୍ତି ଶୃଙ୍ଖଳା ପାଇଁ ସହରରେ ୨୧ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ସେହିପରି ସହରର ମୁଖ୍ୟସ୍ଥାନମାନଙ୍କରେ ପୁଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ, କୌଣସି ଅପ୍ରିତିକର ଘଟଣା ଯେମିତି ନ ଘଟେ, ସେଥିପାଇଁ ଜିଲ୍ଲାପାଳ ଜ୍ଞାନ ଦାସ ଓ ଏସ୍‌ପି ଅନୁପ ସାହୁ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର