ଲୋଭ ଦେଖାଇ ପ୍ରତିଶୋଧ: ହତ୍ୟା ମାମାଲାରେ ଆଜୀବନ କରାଦଣ୍ଡ ପାଇଲେ ଯୁବକ

ଭଦ୍ରକ: ଭଦ୍ରକ ଜିଲ୍ଲା ଦୌରା ଜଜ୍‌ ସୋଭନ କୁମାର ଦାସ ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଆଗରପଡା ଥାନା ମହାନ୍ତିପଡା ନିକଟସ୍ଥ ହଳଦୀଘରଣୀ ଗ୍ରାମର ଭାଷ୍କର ଦାସଙ୍କ ପୁତ୍ର ସୁକାନ୍ତ ଦାସ ଓରଫ ଜୁଳିଆକୁ ୩୦୨ ଦଫାରେ ଆଜୀବନ ଜେଲ ଦଣ୍ଡ ଓ ୩୦,୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୬ ମାସ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

ବିବରଣୀ ଅନୁଯାୟୀ ସେହି ଗ୍ରାମର ଦିପକ ଦାସ ଓ ସୁକାନ୍ତ ଦାସ ଓରଫ ଜୁଳିଆ ଉଭୟ ମହାନ୍ତିପଡା କାଣ୍ଡବା ନିକଟ ସାଳନ୍ଦୀ ନଦୀ କୁଳର ବାଲିଘାଟକୁ ନିଲାମ ନେଇ ବାଲି ଉଠାନ୍ତି। ସେହି ଟଂଙ୍କାରେ ଅନେକ ସମୟରେ ମଦ ବି ପିଅନ୍ତି। ୨୦୧୪ ଜୁନ ୨୦ରେ ନିକଟସ୍ଥ ଆଗରପଡା ବଜାରକୁ ଉଭୟ ମଦ ପିଇବାପାଇଁ ଯାଇଥିଲେ। ସେମାନଙ୍କ ସହ ନିକଟସ୍ଥ ଗ୍ରାମର କୁଳମଣି ରାଉତ ଓ ସନ୍ତୋଷ ପାଳ ମଧ୍ୟ ମଦ ପିଉଥିଲେ। ମଦ ନିଶାରେ ଦୀପକ ସେଠାରେ ସୁକାନ୍ତକୁ ଗାଳି ଦେବା ସହ ମଦ ବୋତଲରେ ମଧ୍ୟ ମାଡ ମାରିଥିଲା। ଏଥିରେ ଅପମାତିତ ହୋଇ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲା ସୁକାନ୍ତ। ମାତ୍ର ତା ସହ ମାନ ମତାନ୍ତର ସମାଧାନ ହୋଇଯାଇଥିବାର ଅଭିନୟ କରି ଦୀପକକୁ ତା ମୋଟର ସାଇକେଲରେ ଆଣି ତାଙ୍କ ଘରେ ଛାଡିଥିଲା। ପରେ ପ୍ରତିଶୋଧର ଦାବାଗ୍ନୀ ତା ମୁଣ୍ଡକୁ ଅତ୍ୟଧିକ ବିଚଳିତ କରିଥିଲା। ସେହିଦିନ ସନ୍ଧ୍ୟା ୭ଟା ୩୦ରେ ଦୀପକ ଘରକୁ ଯାଇ ପୁଣି ଏକ ଟ୍ରାକ୍ଟରରେ ବାଲି ଲୋଡ ହେବ ଓ ଉଭୟ ସେଥିରୁ ପାଇବାକୁ ଥିବା ୨୫୦ ଟଙ୍କାକୁ ଭାଗ ପାଇବା ଲୋଭ ଦେଖାଇ ପୁଣି ଦୀପକକୁ ତା ମୋଟର ସାଇକେଲରେ କାଣ୍ଡବା ପୋଲ ପାଖକୁ ନେଇଯାଇ ପାଖ ନିକଟସ୍ଥ ଇଟା ଭାଟି ପାଖରେ ପଡିଥିବା ଏକ ବାଉଁଶରେ ପିଟି ପିଟି ଜୀବନରୁ ମାରି ଦେଇଥିଲା।

ନିଜର ବାହାଦୁରୀ ଦେଖାଇବାକୁ ଉପରୋକ୍ତ କୁଳମଣି ରାଉତ ଓ ସନ୍ତୋଷ ପାଳକୁ ଦୀପକକୁ ମାରି ଦେଇଥିବା କଥା ବି କହିଥିଲା। କିଛି ସମୟ ପରେ ନିଜର ପିତା ଭାଷ୍କର, ବଡ ଭାଇ ଶିଶିରକୁ ସମସ୍ତ କଥା କହି ସେମାନଙ୍କ ସହାୟତାରେ ଏକ ଦଉଡି ଆଣି ଦୀପକର ମର ଶରୀରର ହାତ, ଗୋଡ ବାନ୍ଧି ନଦୀ କୁଳର ଏକ ବବୁରୀ ଗଛର ଚେରରେ ପ୍ରଖର ପାଣି ସ୍ରୋତରେ ବାନ୍ଧି ଦେଇଥିଲେ.ପର ଦିନ ଦିପକର ଶବକୁ ତା ପରିବାର ଲୋକ ପାଇବା ପରେ ଦିପକର ଦାଦାପୁଅ ଭାଇ ଭିଷ୍ମେଶ୍ୱର ଟଆଗରପଡା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର