ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଅସୁରାଳି: ଭଦ୍ରକ-ଆଖଣ୍ତଳମଣି ରାଜ୍ୟ ରାଜପଥର ଲାଙ୍ଗୁଡ଼ି ଠାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଅର୍ଣ୍ଣପାଳ ନିକଟ ଭଟ୍ଟପୁର ଗ୍ରାମର ସୋମନାଥ ବେହେରା(୪୬)।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ସୋମନାଥ ଏକ ବାଇକ ଯୋଗେ ଭଦ୍ରକ ଆଡ଼ୁ ନିଜ ଗାଁ ଅଭିମୁଖେ ଆସୁଥିବା ବେଳେ ଲାଙ୍ଗୁଡ଼ି ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୁଣ୍ତ ଏବ˚ କପାଳରେ ଗଭୀର ଆଘାତ ଲାଗିଥିବା ଗୁରୁତର ସୋମନାଥ ଦୁର୍ଘଟଣା ସ୍ଥଳ ରାସ୍ତାପାର୍ଶ୍ବ ତଳକୁ ପଡ଼ି ରହିଥିଲେ ମଧ୍ୟ କାହାରି ଦୃଷ୍ଟି ପଡି ନଥିଲା। ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ସୋମନାଥଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ସେ ଚଳାଉଥିବା ବାଇକଟି ପଡ଼ିଥିବା ବେଳେ ଭାରସାମ୍ୟ ହରାଇ ସେ ପଡ଼ିଯାଇଥିଲେ କିମ୍ବା ତାଙ୍କୁ କେହି ଧକ୍କା ଦେବାରୁ ମୃତ୍ୟୁ ହୋଇଛି ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ। ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମୃତ ସୋମନାଥଙ୍କ ଶବ ବ୍ୟବଚ୍ଛେଦ ହୋଇଛି।

ସମ୍ବନ୍ଧିତ ଖବର