ଭଦ୍ରକ: ବ୍ରାଉନ ସୁଗର ଜବତ, ଜଣେ ମହିଳା ଅଟକ

ଭଦ୍ରକ: ଅବକାରୀ ବିଭାଗ ଦ୍ଵାରା ଗୁରୁବାର ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଓଜନ ୧୨.୮୦୦ ଗ୍ରାମ ବୋଲି ସୂଚନା ମିଳିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖିଛି ଅବକାରୀ ବିଭାଗ। ସୂଚନା ଅନୁଯାୟୀ ମହିଳାଙ୍କ ଘର ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ବିଦାଙ୍ଗ ଅଞ୍ଚଳରେ। ତାଙ୍କ ନାମ ବନଜା ଷଡ଼ଙ୍ଗୀ। ମହିଳା ଜଣକ ଧଉଳି ଏକ୍ସପ୍ରେସରେ ଜଳେଶ୍ୱରରୁ ଭଦ୍ରକକୁ ବ୍ରାଉନ ସୁଗାର ନେଇ ଆସୁଥିଲେ।

ଅବକାରୀ ବିଭାଗ ଏନେଇ ଠୋସ ଖବର ପାଇ ତାଙ୍କୁ ଭଦ୍ରକ ଷ୍ଟେସନରୁ କାବୁ କରିଥିଲେ। ବହୁଦିନ ହେଲା ବିଦାଙ୍ଗ ଅଂଚଳରେ ବ୍ରାଉନ ସୁଗାର କାରବାର ଚାଲି ଆସୁଥିଲା। ଫଳରେ ଆଖପାଖ ଅଂଚଳର ଅଧିକାଂଶ ନିଶାସକ୍ତ ଅବସ୍ଥାରେ ରହୁଥିଲେଯ ଭଦ୍ରକ ଅବକାରୀ ବିଭାଗ ଏହା ଉପରେ ନଜର ରଖିଥିଲାଯ ଆଜି ଏହି କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଭଦ୍ରକ ଷ୍ଟେସନ ନିକଟରୁ ସମ୍ପୃକ୍ତ ମହିଳା ଜଣଙ୍କକୁ ଅଟକ ରଖି ଅଧିକ ତଦନ୍ତ ଚଳେଇଛି।

ସମ୍ବନ୍ଧିତ ଖବର