ଚାନ୍ଦବାଲିରୁ ବିଜେଡିର ବ୍ୟୋମକେଶଙ୍କ ପ୍ରାର୍ଥିପତ୍ର ଦାଖଲ ଚତୁର୍ଥ ଦିନ ସୁଦ୍ଧା ୭ ଜଣଙ୍କର ଦାଖଲ

ଭଦ୍ରକ/ଚାନ୍ଦବାଲି: ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିନରେ ଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନିଜ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସର ଶ୍ୟାମାଭକ୍ତ ମିଶ୍ରଙ୍କ ନିକଟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସକାଳେ ଚାନ୍ଦବାଲିର ଆରାଧୢ ଦେବୀ ମା ଦକ୍ଷିଣେଶ୍ବରୀ କାଳୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରା ଚାନ୍ଦବାଲିରୁ ଭଦ୍ରକ ଆସିଥିଲେ। ତାଙ୍କର ଏହି ଶୋଭାଯାତ୍ରାରେ ଚାନ୍ଦବାଲି, ଧାମରା ଓ ଆରଡି ଅଞ୍ଚଳରୁ ହଜାର ହଜାର ସମର୍ଥକ ଯୋଗ ଦେଇଥିଲେ। ଆଜି ବ୍ୟୋମକେଶଙ୍କ ଶୋଭଯାତ୍ରାରେ ସାମିଲ ଥିଲେ ବିଜେଡିର ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଲୋକସଭା ପ୍ରାର୍ଥୀ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାନସଭା ପ୍ରାର୍ଥୀ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦ୍ବିଜବର ରାଉତ, ପୂର୍ବତନ ବିଧାୟକ ବିଜୟ ନାୟକ, ରାଜ୍ୟ ଯୁବ ବିଜେଡିର ଉପସଭାପତି ଇଂ ପ୍ରୟାସକାନ୍ତି ସାମଲ, ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ବିଦ୍ୟୁତଲତା ନାୟକ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଅଶୋକ ବଳ, ଏନଏସି ସଭାପତି ଖଗେଶ୍ବର ବଳ, ନରେଶ ମାଝୀ, ଶରତ ସାହୁ,ବଳଭଦ୍ର ଲେଙ୍କା, ରଂଜନ ସାହୁ, ଯୁବନେତା ରାକେଶ ପଣ୍ଡା, ମଳୟ ଜେନା, ଶ୍ୟାମସୁନ୍ଦର ନାୟକ, ପଦୁ ସାହୁ, ପ୍ରିନସ୍ ରାକେଶ ନାୟକ, ବ୍ଳକ ଅଧୢକ୍ଷା ମାନସୀ ସାହୁ, ଜିତେନ୍ଦ୍ର ପାଣି, ପ୍ରଭାସ ନାୟକ, ଶୁଭେନ୍ଦୁ ସାହୁ, ସତ୍ୟବୀର ପ୍ରତାପ ରାୟ, ପ୍ରଦୀପ ପଲେଇ, କରଞ୍ଜମାଳ ସରପ˚ଚ ରମେଶ ନାୟକ, ଜାଗୁଳା ଯୁବନେତା ତଥା ବିଜୁଜନତା ଦଳ ସମ୍ପାଦକ ଚଗୁଲୁ ଲେଙ୍କା, ଧାମରା ସରପ˚ଚ ପ୍ରିୟର˚ଜନ ଜେନା, ଯୁବନେତା ର˚ଜନ ସାହୁ, ରଞ୍ଜିତ ସାହୁ, ଅକ୍ଷୟ ନାୟକ, ରାମଚନ୍ଦ୍ର ନାୟକଙ୍କ ସମେତ ୪୫ଟି ପ˚ଚାୟତର ସମସ୍ତ କର୍ମୀ ଓ ନେତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ଚାନ୍ଦବାଲି ନିର୍ବାଚନମଣ୍ଡଳୀ ପାଇଁ ସିପିଆଇଏମଏଲ ପାର୍ଟି ପକ୍ଷରୁ ଜୟନ୍ତୀ ବିଶ୍ବାଳ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଜୟନ୍ତୀ ନିଜର ସମର୍ଥକଙ୍କ ଗହଣରେ ଗାନ୍ଧୀପଡିଆ ଠାରୁ ଏକ ଶୋଭାଯାତ୍ରାରେ ଯାଇ ରିଟର୍ଣ୍ଣିଂ ଅଫିସର ଶ୍ୟାମାଭକ୍ତ ମିଶ୍ରଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜୟନ୍ତୀଙ୍କ ସ୍ବାମୀ ଶ୍ରମିକନେତା ସମର ବଳଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସି ଏହି ଶୋଭାଯାତ୍ରାରେ ସାମିଲ ହୋଇ ଜୟନ୍ତୀଙ୍କୁ ଉତ୍ସାହିତ କରିଥିଲେ। ଆଜି ମୋଟ ୨ ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚତୁର୍ଥ ଦିନ ସୁଦ୍ଧା ମୋଟ ୭ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର