ବେଆଇନ୍‌ ବାଣ କାରଖାନା ଠାବ, ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ

ଭଦ୍ରକ/ପିପିଲି: ଦୀପାବଳି ଆଉ ୬ ଦିନ ପରେ ପାଳନ ହେବ। ଏଥି ପାଇଁ ବ୍ୟବସାୟୀମାନେ ଅଧିକ ସକ୍ରିୟ ହୋଇଛନ୍ତି। ପୁଲିସ ମଧ୍ୟ ବେଆଇନ ବାଣ କାରଖାନା ଉପରେ ନଜର ରଖିଛି।

ବେଆଇନ ବାଣ କାରଖାନା ଠାବ କରି ପୁଲିସ ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ପୁଲିସ ଗୁରୁବାର ସନ୍ଧ୍ୟାରେ ଛଡ଼ାକ ମହଲା ଅଂଚଳରୁ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଓ ବାରୁଦ ଜବତ ହୋଇଛି। ପୁଲିସ ବାଣ କାରଖାନାର ମାଲିକ ସିକିନ୍ଦର ଖାନଙ୍କୁ ଗିରଫ କରିଛି।

ପୁରୀ ଜିଲ୍ଲାର ପିପିଲିରେ ମଧ୍ୟ ଗୁରୁବାର ପୁଲିସ ପ୍ରାୟ ୨ ଲକ୍ଷ ଟଙ୍କାର ବାଣ ଓ ବାରୁଦ ଜବତ ହୋଇଛି।

ସମ୍ବନ୍ଧିତ ଖବର