ଆଦାନୀ ଧାମରା ବନ୍ଦର କମ୍ପାନିରେ କ୍ରେନ୍‌ ଛିଡ଼ି ପଡ଼ିବାରୁ ଶ୍ରମିକ ମୃତ

ଚାନ୍ଦବାଲି: ରବିବାର-ସୋମବାର ରାତିରେ ଧାମରା ବନ୍ଦର କମ୍ପାନି ମଧ୍ୟରେ କ୍ରେନ୍‌ ଛିଡ଼ି ପଡ଼ିବାରୁ କାମ କରୁଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ମୃତ ଶ୍ରମିକଜଣକ ହେଉଛନ୍ତି ମୁର୍ସିଦାବାଦ୍‌ର ସେକ୍‌ ହଲିମ୍‌। ହଲିମ୍‌ ଏଲ୍‌ ଆଣ୍ଡ୍‌ ଟି କମ୍ପାନିର ଶ୍ରମିକ ଓ ସେ ଆଦାନୀ ବନ୍ଦର ମଧ୍ୟରେ ଜିଓ କମ୍ପାନିର କାମ କରୁଥିଲେ। ରାତ୍ରୀ ପ୍ରାୟ ୨: ୩୦ ସମୟରେ ଗୋଟାଏ କ୍ରେନ୍‌ର ଚେନ୍‌ ପୁଲିରେ ଲାଗିଥିବା ଲୁହାପିଣ୍ଡୁଳାଟି ଛିଡ଼ି ଯାଇ ତାଙ୍କ ଉପରେ ପଡ଼ିଗଲା।
ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ହଲିମ୍‌ଙ୍କୁ ଗୁରୁତର ଆହତ ଓ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର